myKhel Hindi
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଆଧୁନିକ ଯୁଗର ଜଣେ ସଫଳ ବ୍ୟାଟ୍ସମ୍ୟାନ୍। ଏପର୍ଯ୍ୟନ୍ତ ସେ ବହୁ କୀର୍ତ୍ତିମାନର ଅଧିକାରୀ ହୋଇସାରିଲେଣି। ସେ ଦିନିକିଆରେ ୪୩ ଓ ଟେଷ୍ଟ୍ରେ ୨୭ ଶତକ ହାସଲ କରି କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ୧୦୦ ଆନ୍ତର୍ଜାତିକ ଶତକର କୀର୍ତ୍ତିମାନକୁ ଅତିକ୍ରମ କରିବାର ଆଶା ସଂଚାର କଲେଣି। କୋହଲି ଟି-୨୦ରେ ଅଗ୍ରଣୀ ସ୍କୋରର ହେବା ସହ ଦିନିକିଆରେ ୧୧,୦୦୦ରୁ ଊର୍ଧ୍ବ ରନ୍ କରି ସାରିଲେଣି। ଯେତେବେଳେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ଦେଉଥିଲେ ସେହି ସମୟରେ ତାଙ୍କୁ ଭାରତର ପୂର୍ବତନ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍ ପ୍ରଥମେ ଦେଖିଥିଲେ। ସେହି ପ୍ରଥମ ଭେଟର କଥାକୁ କର୍ଷ୍ଟେନ୍ ୟୁଟ୍ୟୁବ ସୋ’ ‘ଦ ଆର୍କେ’ରେ କହିଛନ୍ତି।
ଯେତେବେଳେ ଏହି ଯୁବ ବ୍ୟାଟ୍ସମ୍ୟାନ୍ ଭାରତୀୟ ଦଳରେ ଯୋଗଦେଲେ ମୁଁ ତାଙ୍କ ସମ୍ପର୍କରେ ଆସିଥିଲି। ତାଙ୍କୁ କହିଥିଲି ଯେ ତୁମକୁ ବହୁ ଦୂର ଯିବାର ଅଛି। ଏଥିପାଇଁ ତୁମକୁ ସ୍ଥିର ଆଚରଣ କରିବାକୁ ପଡ଼ିବ। ବିରାଟଙ୍କୁ ପ୍ରଥମେ ଭେଟିଲା ବେଳେ ସେ ଯୁବକ ଥିଲେ ଏବଂ ତାଙ୍କ ନିକଟରେ ପ୍ରତିଭା ଓ ଦକ୍ଷତା ଭରି ରହିଥିଲା। ହେଲେ ତାଙ୍କ ଆଚରଣ ଠିକ୍ ରହୁନଥିଲା। ତେଣୁ ତାଙ୍କ ସହ ଆମର ଅନେକ ଆଲୋଚନା ହୋଇଥିଲା ବୋଲି ୨୦୧୧ ବିଶ୍ବକପ୍ ବିଜେତା ଭାରତୀୟ ଦଳର ପ୍ରଶିକ୍ଷକ କର୍ଷ୍ଟେନ୍ କହିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଏକ ଦିନିକିଆ ଶୃଙ୍ଖଳାକୁ କେବେ ଭୁଲିବି ନାହିଁ। ଏହି ମ୍ୟାଚ୍ରେ ସେ ୩୦ ରନ୍ କରିବା ପରେ ବୋଲର ମୁଣ୍ଡ ଉପରେ ଛକା ମାରିବାକୁ ଚେଷ୍ଟା କରି ଆଉଟ୍ ହୋଇଥିଲେ। ଏହା ପରେ ତାଙ୍କୁ କହିଲି ତୁମକୁ ଆଗକୁ ଯିବାର ଅଛି। ଏହି ବଲ୍କୁ ଏଭଳି ଖେଳିବାର ନଥିଲା। ଏହାକୁ ଗ୍ରାଉଣ୍ଡରେ ମାରିଥିଲେ ଅଉଟ୍ ହୋଇନଥା’ନ୍ତ। ଏହାପରେ ସେ କୋଲ୍କାତାରେ ଖେଳାଯାଇଥିବା ଏକ ଦିନିକିଆରେ ଶତକ ଅର୍ଜନ କରିଥିଲେ ବୋଲି କର୍ଷ୍ଟେନ୍ କହିଛନ୍ତି।
Follow Us