କିଶୋର କ୍ଲବ୍‌-କ୍ରୀଡ଼ା ଛାତ୍ରାବାସ ଫାଇନାଲ ଆଜି

Advertisment

ଯଦୁପୁର କପ୍‌

ଯଦୁପୁର କପ୍‌

କିଶୋର କ୍ଲବ୍‌-କ୍ରୀଡ଼ା ଛାତ୍ରାବାସ ଫାଇନାଲ ଆଜି

ଭୁବନେଶ୍ବର: ମଙ୍ଗଳବାର ୩୦ତମ ଯଦୁପୁର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଭୁବନେଶ୍ବରର କିଶୋର କ୍ଲବ୍ ଏବଂ କ୍ରୀଡ଼ା ଛାତ୍ରାବାସ (କଟକ) ମୁହାଁମୁହିଁ ହେବେ। ଯଦୁପୁର ଫ୍ରେଣ୍ଡ୍‌ସ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ସୋମବାର ସେମିଫାଇନାଲ୍‌ରେ କିଶୋର କ୍ଲବ୍‌ ୪-୩ ଟାଇବ୍ରେକର୍‌ ଗୋଲ୍‌ରେ କଟକ ସାଇ ହଷ୍ଟେଲକୁ ହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ନିର୍ଧାରିତ ସମୟ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହେବାରୁ ଫଳାଫଳ ପାଇଁ ଟାଇବ୍ରେକରର୍‌ର ସହାୟତା ନିଆଯାଇଥିଲା। ପରାଜୟ ସତ୍ତ୍ବେ ସାଇ ଛାତ୍ରାବାସ ଦଳର ଆକାଶ ଦେ’ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଯୋଗଦେଇଥିଲେ। ରାଜୁ ମହାନ୍ତି, ରଜାକ ଖାନ୍‌, ସୁଦୀପ୍ତ ଦାସ ଓ ଅଶୋକ କୁ‌ମ‌ାର କହଁର ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe