କଟକ: ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜାତୀୟ ଓପନ ଜାଭେଲିନ୍ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଭାଗ ନେଇଥିବା କିଶୋର କୁମାର ଜେନା ଫାଇନାଲ୍ ରାଉଣ୍ତରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ୧୨ ଜଣଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏହି ପର୍ଯ୍ୟାୟରେ ସେ ୭୦.୯୬ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ହୋଇଥିଲା ବେଳେ ଉତ୍ତରପ୍ରଦେଶର ରିଶଭ ନେହେରା (୬୮.୮୬ ମିଟର) ଦ୍ବିତୀୟ ହୋଇଥିଲେ। ଏଥିପୂର୍ବରୁ ଗତମାସରେ ଭୁବନେଶ୍ବରରେ ହୋଇଥିବା ରାଜ୍ୟ ଦୌଡ଼କୁଦରେ କିଶୋର ୭୬.୪୧ ମିଟର ଜାଭେଲିନ୍ ପକାଇ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ।
ଜାତୀୟ ଜାଭେଲିନ୍ ଫାଇନାଲ୍ରେ କିଶୋର
Advertisment
Follow Us