ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ହାତେଇଛି ଭାରତ । ଭାରତର ଷ୍ଟାର୍ ଖେଳାଳି ନୀରଜ ଚୋପ୍ରା ପୁଣି ଥିରେ ଚାମ୍ପିଅନ ପରି ପ୍ରଦର୍ଶନ କରି ସ୍ବର୍ଣ୍ଣ ଜିତିଛନ୍ତି । ସେ ୮୮.୮୮ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଇତିହାସ ରଚିଛନ୍ତି ଓଡ଼ିଆ ପୁଅ କିଶୋର କୁମାର ଜେନା । ସେ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି। ଜାପାନର ଡିନ ରୋଡରିକ୍ ଗେନକି ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।
/sambad/media/post_attachments/wp-content/uploads/2023/10/F7mF-imaQAA9HUJ.jpg)
ଆଜିର ପ୍ରଦର୍ଶନ ସହ ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଓଡ଼ିଶାର କିଶୋର ଜେନା ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
/sambad/media/post_attachments/wp-content/uploads/2023/10/F7mF-ikagAA8cNc-1024x817.jpg)
ଅନ୍ୟପକ୍ଷରେ ଭାରତର ୪ X ୪୦୦ ମିଟର ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଛି । ଐଶ୍ୱର୍ଯ୍ୟା, ପ୍ରାଚୀ, ଶୁଭା ଓ ବିତ୍ୟା ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ଏହି ସଫଳତା ଆଣିଦେଇଛନ୍ତି ।
ନୀରଜ ଓ କିଶୋରଙ୍କ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏକ୍ସ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।
Follow Us