ନୂଆଦିଲ୍ଲୀ: ଭାରତୀୟ ମହିଳା ଟେ୍ଵଣ୍ଟି-୨୦ ଦଳର ଅଧିନାୟିକା ହର୍ମନ୍ପ୍ରୀତ୍ କୌର ଇଂଲିସ୍ ଘରୋଇ କ୍ରିକେଟ୍ କିଆ ସୁପର ଲିଗ୍ରେ ସଫଳ ପଦାର୍ପଣ କରିଛନ୍ତି। ଲାଙ୍କାସାୟାର ଥଣ୍ଡର ପାଇଁ ଖେଳିଥିବା ହର୍ମନ୍ପ୍ରୀତ୍ ତାଙ୍କ ପ୍ରଥମ ମ୍ୟାଚ୍ର ଅନ୍ତିମ ଓଭର ପଞ୍ଚମ ବଲ୍ରେ ଛକା ମାରି ଦଳକୁ ବିଜୟ ଭେଟି ଦେଇଛନ୍ତି। ଓଭାଲରେ ଖେଳାଯାଇଥିବା ସରେ ଷ୍ଟାର୍ସ ବିପକ୍ଷ ଏହି ମ୍ୟାଚ୍ରେ ଥଣ୍ଡର୍ ଦଳ ଶେଷ ୪ ବଲ୍ରୁ ବିଜୟ ପାଇଁ ୧୦ ରନ୍ ଦରକାର କରୁଥିଲା। ଆଲେକ୍ଜାଣ୍ଡର ମାର୍ସଙ୍କ ଏହି ଓଭରର ତୃତୀୟ ବଲ୍ରେ ୨ ରନ୍ ନେଇଥିବା ହର୍ମନ୍ପ୍ରୀତ୍ ଚତୁର୍ଥ ବଲ୍କୁ ଚୌକା ଓ ପଞ୍ଚମ ବଲ୍କୁ ମିଡ୍ ଓ୍ଵିକେଟ୍ ଉପରେ ଛକା ମାରି ନିଜର ସ୍ମରଣୀୟ ପାଳି ବଳରେ ଦଳକୁ ଗୋଟିଏ ବଲ୍ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ହର୍ମନ୍ପ୍ରୀତ୍ ଏହି ମ୍ୟାଚ୍ରେ ୨୧ ବଲ୍ରୁ ୩ ଚୌକା ଓ ଗୋଟିଏ ଛକା ଜରିଆରେ ୩୪ ରନ୍ କରି ଅପରାଜିତ ରହିଥିଲେ। ଫଳରେ ୧୪୯ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ଲାଙ୍କାସାୟାର ୫ ଓ୍ଵିକେଟ୍ ବିନିମୟରେ ସଫଳତାର ସହ ମ୍ୟାଚ୍ ଜିତି ନେଇଥିଲା। ଏଥି ସହିତ କିଆ ସୁପର ଲିଗ୍ରେ ଦଳ କ୍ରମାଗତ ତୃତୀୟ ବିଜୟ ପାଇଥିଲା।
କିଆ ସୁପର ଲିଗ୍: ହର୍ମନ୍ପ୍ରୀତ୍ଙ୍କ ସଫଳ ପଦାର୍ପଣ
Advertisment
Follow Us