ଆଇପିଏଲ୍ : ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧ ରନରେ ହରାଇଲା କୋଲକାତା ନାଇଟ ରାଇଡର୍ସ

Advertisment

କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧ ରନରେ ହରାଇ ଦେଇଛି କୋଲକାତା ନାଇଟ ରାଇଡର୍ସ (କେକେଆର୍)। ଏହି ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ଆଗରେ ୨୦୭ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୦୫ ରନ ହିଁ କରିପାରିଥିଲା। 

କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧ ରନରେ ହରାଇ ଦେଇଛି କୋଲକାତା ନାଇଟ ରାଇଡର୍ସ (କେକେଆର୍)। ଏହି ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ଆଗରେ ୨୦୭ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୦୫ ରନ ହିଁ କରିପାରିଥିଲା। 

rp

ରିୟାନ ପରାଗ

କୋଲକାତା: କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧ ରନରେ ହରାଇ ଦେଇଛି କୋଲକାତା ନାଇଟ ରାଇଡର୍ସ (କେକେଆର୍) । ଏହି ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ଆଗରେ ୨୦୭ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୦୫ ରନ ହିଁ କରିପାରିଥିଲା। 

ରାଜସ୍ଥାନ ପକ୍ଷରୁ ରିୟାନ ପରାଗ ୮ଟି ଛକା ୬ଟି ଚୌକା ସହ ୯୫ କରିଥିଲେ ।  ଯଶସ୍ବୀ ଜୟସ୍ବାଲ ୩୪ ରନ କରିଥିବାବେଳେ ଶୁଭମ ଦୁବେ ୨୫ ରନ ଓ ସିମରନ ହେଟମେୟର ୨୯ ରନ କରିଥିଲେ । କୋଲକାତା ପକ୍ଷରୁ ହର୍ଷିତ ରାଣା, ମୋଇନ ଅଲି ଓ ବରୁଣ ଚକ୍ରବର୍ତ୍ତି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ସୁନୀଲ ନାରାୟଣ ବ୍ୟାଟିଂ ଓପନ କରିଥିଲେ । ତେବେ ସୁନୀଲ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ତେବେ ଗୁରବାଜ ଓ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା। ଗୁରବାଜ ୩୫ ରନ ଓ ରାହାଣେ ୩୦ ରନ କରିଥିଲେ । ଅଙ୍କକ୍ରିସ ରଘୁବଂଶୀ ୪୪ ରନ କରିଥିବାବେଳେ ଆନ୍ଦ୍ରେ ରସେଲ୍ ମାତ୍ର ୨୫ ବଲରେ ୫୭ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ଟି ଛକା ଓ ୪ଟି ଚୌକା ମାରିଥିଲେ । କୋଲାକାତା ନିର୍ଦ୍ଧାରିତ ୨୦ ଓଭରରେ ୨୦୬ ରନ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe