ମୁଁ ମୁହଁ ଖୋଲିଲେ ନିଶ୍ଚୟ ବିବାଦ ସୃଷ୍ଟି ହେବ: ଅଜିଙ୍କ୍ୟ ରାହାଣେ

Advertisment

ରାହାଣେ କହିଛନ୍ତି, 'ପ୍ରଥମେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ପିଚ୍‌ରେ ସ୍ପିନରମାନଙ୍କ ପାଇଁ କୌଣସି ସାହାଯ୍ୟ ନଥିଲା। ଚଳିତଥର ଯଦି ମୁହଁ ଖୋଲେ ନିଶ୍ଚୟ ବିବାଦ ସୃଷ୍ଟି ହେବ।

ରାହାଣେ କହିଛନ୍ତି, 'ପ୍ରଥମେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ପିଚ୍‌ରେ ସ୍ପିନରମାନଙ୍କ ପାଇଁ କୌଣସି ସାହାଯ୍ୟ ନଥିଲା। ଚଳିତଥର ଯଦି ମୁହଁ ଖୋଲେ ନିଶ୍ଚୟ ବିବାଦ ସୃଷ୍ଟି ହେବ।

tthfryt

କୋଲକାତା: ଆଇପିଏଲ୍ ୨୦୨୫ର ୨୧ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଇଥିଲା। 

କୋଲକାତା ନାଇଟ୍ ରାଇଡର୍ସ ପରାଜୟ ପରେ ଅଜିଙ୍କ୍ୟ ରାହାଣେ ନିରାଶ ହୋଇଯାଇଛନ୍ତି। ଅଜିଙ୍କ୍ୟ ନିରାଶ ହେବାର  କାରଣ ଇଡେନ୍ ଗାର୍ଡେନର ପିଚ୍ ରହିଛି। ପୂର୍ବରୁ ମଧ୍ୟ ସେ ଇଚ୍ଛାକୃତ ପିଚ୍ ନ ପାଇବା ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥି‌ଲେ। 

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ରାହାଣେ କହିଥିଲେ, 'ପ୍ରଥମେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ପିଚ୍‌ରେ ସ୍ପିନରମାନଙ୍କ ପାଇଁ କୌଣସି ସାହାଯ୍ୟ ନଥିଲା। ପୂର୍ବରୁ ବି ଏହି ପିଚକୁ ନେଇ ଅନେକଥର ଅଭିଯୋଗ କରିଛି। ମୁଁ ପିଚ୍ ବଦଳାଇବାକୁ ଚାହୁଁଥିବା ବେଳେ କ୍ୟୁରେଟର ସୁଜନ ମୁଖାର୍ଜୀ  ଶୁଣି ନଥିଲେ। ଚଳିତଥର ଯଦି ମୁହଁ ଖୋଲେ ନିଶ୍ଚୟ ବିବାଦ ସୃଷ୍ଟି ହେବ।

ଇଡେନ୍ ଗାର୍ଡେନ୍ ପିଚ୍ କ୍ୟୁରେଟର ସୁଜନ ମୁଖାର୍ଜୀଙ୍କୁ ଆକ୍ଷେପ କରି ଅଜିଙ୍କ୍ୟ କହିଛନ୍ତି, 'ଆମ କ୍ୟୁରେଟରଙ୍କୁ ବହୁତ ପ୍ରଚାର ମିଳିଛି। ମୁଁ ଭାବୁଛି ସେମାନେ ଏହି ପ୍ରଚାରରେ ଖୁବ ଖୁସି। ତୁମେ ଘରୋଇ ଲାଭ ବିଷୟରେ ଯାହା ଇଚ୍ଛା ଲେଖିପାରିବ, ତୁମେ ଯାହା ଅନୁଭବ କଲ। ଯଦି ମୋର କୌଣସି ଚିନ୍ତା ଥାଏ, ତେବେ ମୁଁ ଏଠାରେ କହିବା ଅପେକ୍ଷା ଆଇପିଏଲକୁ କହିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe