କୋଲ୍‌କାତାର ୨ ଖେଳାଳି କୋଭିଡ୍‌-୧୯ ପଜିଟିଭ୍‌ ହେବାରୁ ‘କେକେଆର୍‌’-‘ଆର୍‌ସିବି’ ମଧ୍ୟରେ ହେବାକୁ ଥିବା ‘ଆଇପିଏଲ୍‌ ୨୦୨୧ ମ୍ୟାଚ୍‌ ୩୦ ସ୍ଥଗିତ

Advertisment
କୋଲ୍‌କାତାର ୨ ଖେଳାଳି କୋଭିଡ୍‌-୧୯ ପଜିଟିଭ୍‌ ହେବାରୁ ‘କେକେଆର୍‌’-‘ଆର୍‌ସିବି’ ମଧ୍ୟରେ ହେବାକୁ ଥିବା ‘ଆଇପିଏଲ୍‌ ୨୦୨୧ ମ୍ୟାଚ୍‌ ୩୦ ସ୍ଥଗିତ

Image Courtesy of India Today

ନୂଆଦିଲ୍ଲୀ: କୋଲ୍‌କାତାର ୨ଜଣ ଖେଳାଳି କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହେବାରୁ ସୋମବାର ସନ୍ଧ୍ୟାରେ ‘ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ୨୦୨୧’ ମ୍ୟାଚ୍‌ରେ ‘କୋଲ୍‌କାତା ନାଇଟ୍‌ ରାଇଡର୍‌’ ଏବଂ ‘ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’ ମଧ୍ୟରେ ହେବାକୁ ଥିବା ଖେଳ ବାତିଲ କରାଯାଇଛି।

publive-image Image Courtesy of Zee News

ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀ ଏବଂ ସ୍ପେସର୍‌ ସନ୍ଦୀପ ୱାରିୟର୍‌ କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ଟୁର୍ଣ୍ଣାମେଣ୍ଟ୍‌ ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି, ଆଜି ସନ୍ଧ୍ୟା ୭.୩୦ରେ ‘କେକେଆର୍‌’ ଏବଂ ‘ଆର୍‌ସିବି’ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ‘ଆଇପିଏଲ୍‌ ୨୦୨୧’ର ମ୍ୟାଚ୍‌ ୩୦ ଅନ୍ୟ କୌଣସି ଦିନ ଖେଳାଯିବ।

ଗତ ୪ଦିନ ହେବା ଚାଲିଥିବା ପରୀକ୍ଷାର ତୃତୀୟ ପର୍ଯ୍ୟାୟରେ ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର୍‌ କୋଭିଡ୍‌+ ହୋଇଥିବା ଜଣାପଡ଼ିଥିଲା। ବାକି ସମସ୍ତ ଖେଳାଳି କୋଭିଡ-୧୯- ହୋଇଛନ୍ତି। ସେମାନେ ଦଳର ବାକି ଖେଳାଳିମାନଙ୍କ ଠାରୁ ପୃଥକ୍‌ ରହିଛନ୍ତି। ଦଳେ ଡାକ୍ତର ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe