କେକେଆର୍‌ର ନାଟକୀୟ ପରାଜୟ: ଚହଲ ଚମକ‌ରେ ଜିତିଲା ପଞ୍ଜାବ

Advertisment

ଅଳପ ରନ୍, ହେଲେ ଅଧିକ ରୋମାଞ୍ଚ। ଏଭଳି ଏକ ସ୍ଥିତି‌ରେ ମଙ୍ଗଳବାର ମାତ୍ର ୧୧୧ ରନ୍‌କୁ ସୁରକ୍ଷିତ ରଖି ପଞ୍ଜାବ କିଙ୍ଗ୍ସ ଗତଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ନାଟକୀୟ ଭାବେ ୧୬ ରନ୍‌ରେ ହରାଇ ଦେଇଛି।

ଅଳପ ରନ୍, ହେଲେ ଅଧିକ ରୋମାଞ୍ଚ। ଏଭଳି ଏକ ସ୍ଥିତି‌ରେ ମଙ୍ଗଳବାର ମାତ୍ର ୧୧୧ ରନ୍‌କୁ ସୁରକ୍ଷିତ ରଖି ପଞ୍ଜାବ କିଙ୍ଗ୍ସ ଗତଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ନାଟକୀୟ ଭାବେ ୧୬ ରନ୍‌ରେ ହରାଇ ଦେଇଛି।

ssdxcdd

ମୁଲାନପୁର: ଅଳପ ରନ୍, ହେଲେ ଅଧିକ ରୋମାଞ୍ଚ। ଏଭଳି ଏକ ସ୍ଥିତି‌ରେ ମଙ୍ଗଳବାର ମାତ୍ର ୧୧୧ ରନ୍‌କୁ ସୁରକ୍ଷିତ ରଖି ପଞ୍ଜାବ କିଙ୍ଗ୍ସ ଗତଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ନାଟକୀୟ ଭାବେ ୧୬ ରନ୍‌ରେ ହରାଇ ଦେଇଛି। ତୀବ୍ର ଉତ୍କଣ୍ଠାପୂର୍ଣ୍ଣ ତଥା ନାଟକୀୟ ମୋଡ଼ ବଦଳାଇଥିବା ଏହି ମ୍ୟାଚ୍‌ରେ କୋଲକାତା ୨ ରନ୍‌ରେ ଦୁଇ ଓପନର୍‌ଙ୍କୁ ହରାଇଥିଲା। ତେବେ ଇମ୍ପାକ୍ଟ ଖେଳାଳି ଅଙ୍ଗକ୍ରିସ୍ ରଘୁବଂଶୀଙ୍କ ଦ୍ରୁତ ୩୭ ରନ୍ ବଳରେ ମ୍ୟାଚ୍‌କୁ ଆତ୍ମବିଶ୍ବାସର ସହ ଫେରିଥିଲା। ତଥାପି ପଞ୍ଜାବ ବୋଲର ସାହସ ହରାଇ ନଥିଲେ। ବି‌ଶେଷ କରି ସ୍ପିନର ୟୁଝବେନ୍ଦ୍ର ଚହଲ ଏକାକୀ ୪ ୱିକେଟ୍ ନେଇ ପଞ୍ଜାବକୁ ଆଶା ଦେଇଥିଲେ। ଏହା ପରେ ଦୁଇ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ମାର୍କୋ ୟାନସେନ୍ ଶେଷ ଦୁଇ ଓଭରରେ ଦୁଇ ୱିକେଟ୍ ନେଇ ପଞ୍ଜାବକୁ ସ୍ମରଣୀୟ ବିଜୟ ଉପହାର ଦେଇଥିଲେ। ଆନ୍ଦ୍ରେ ରସେଲଙ୍କୁ ୟାନସେନ୍ ଏକ ଲେଙ୍ଗ୍‌ଥ ବଲ୍‌ରେ ଚକ୍‌ମା ଦେବା ପରେ ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନାଚି ଉଠିଥିଲେ। ମୁଲାନପୁର ଷ୍ଟାଡିୟମ୍ ମଧ୍ୟ ପଞ୍ଜାବ ଖେଳାଳିଙ୍କ ଜୟଗାନରେ କମ୍ପି ଉଠିଥିଲା। ଏହା ମଧ୍ୟ ଆଇପିଏଲ୍‌ ଇତିହାସର ସବୁଠାରୁ କମ୍ ରନ୍ ଭାବେ ସୁରକ୍ଷିତ ରହିଥିଲା। ପଞ୍ଜାବ ଷଷ୍ଠ ମ୍ୟାଚ୍‌ରୁ ରୋମାଞ୍ଚକ ଭାବେ ଚତୁର୍ଥ ବିଜୟ ପାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ୩୩ ରନ୍‌ରେ ଶେଷ ୮ ୱିକେଟ୍ ହରାଇଥିବା କେକେଆର୍‌ ସପ୍ତମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଥିଲା।  

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ପଞ୍ଜାବ ପାଇଁ  କିଛିଟା ଘାତକ ସାବ୍ୟସ୍ତ ହୋଇଥିଲା। ବଡ଼ ସ୍କୋର୍ କରି ଚାପ ସୃଷ୍ଟି ଲାଗି ଅଧିନାୟକ ଶ୍ରେୟସ୍ ଆୟର ଯେଉଁ ଯୋଜନା କରିଥିଲେ ସେଥିରେ ନିଜେ ଫସି ଯାଇଥିଲେ। କେକେଆର୍‌ ବୋଲର୍‌ଙ୍କ ଲକ୍ଷ୍ୟଭେଦୀ ବୋଲିଂରେ ଘାଇଲା ହୋଇ ପଞ୍ଜାବ ୪.୩ ଓଭର ପୂର୍ବରୁ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଯାହା ଚଳିତ ଋତୁରେ ଏହି ଦଳର ସର୍ବନିମ୍ନ ଦଳଗତ ସ୍କୋର୍ ହୋଇଥିଲା। ହର୍ଷିତ ରାଣା ଗୋଟିଏ ଓଭରରେ ପ୍ରିୟାଂଶ ଆର୍ଯ୍ୟ (୨୨) ଓ ଶ୍ରେୟସ୍ (୦)ଙ୍କ ସହ ପାୱାର ପ୍ଲେ ଭିତରେ ବିପଜ୍ଜନକ ପ୍ରଭସିମରନ୍ ସିଂହ (୩୦)ଙ୍କୁ ଆଉଟ୍ କରି ପଞ୍ଜାବକୁ ବିପର୍ଯ୍ୟୟ ଭିତରକୁ ଠେଲି ଦେଇଥିଲେ। ଏପରିକି ପଞ୍ଜାବ ପ୍ରଥମ ୬ ଓଭରରେ ୪ ୱିକେଟ୍ ହରାଇବାର ଧକ୍କାରୁ ଆଉ ମୁକୁଳି ପାରି ନଥିଲା। ୱିକେଟ୍ ରକ୍ଷକ ଜୋସ୍ ଇଂଗ୍ଲିସ୍‌ (୨)ଙ୍କ ସହ ଅଭିଜ୍ଞ ଅଲ୍‌ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ (୭) ବେପରୁଆ ବ୍ୟାଟିଂ କରି ପୁଣି ଥରେ ନିଜ ୱିକେଟ୍ ଶସ୍ତାରେ ଫିଙ୍ଗି ଦେଇଥିଲେ। ଫଳରେ ବରୁଣ ଚକ୍ରବର୍ତ୍ତୀ (୨/୨୧) ଓ ସୁନୀଲ ନାରାୟଣ (୨/୧୪)ଙ୍କ ସ୍ପିନ୍ ଚକ୍ରବ୍ୟୂହରୁ ବାହାରିବା ପଞ୍ଜାବ ପାଇଁ ଅସମ୍ଭବ ହୋଇଯାଇଥିଲା। 

ସଂକ୍ଷିପ୍ତ ସ୍କୋର୍: କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫.୩ ଓଭରରେ ୧୧୧/୧୦ (ପ୍ରଭସିମରନ୍‌ ସିଂହ ୩୦, ପ୍ରିୟାଂଶ ଆର୍ଯ୍ୟ ୨୨, ଶଶାଙ୍କ ସିଂହ ୧୮, ହର୍ଷିତ ରାଣା ୩/୨୫, ସୁନୀଲ ନାରାୟଣ ୨/୧୪, ବରୁଣ ଚକ୍ରବର୍ତ୍ତୀ ୨/୨୧, ଅନରିକ ନର୍ଖିୟା ୧/୨୬)। କୋଲକାତା ନାଇଟ୍ ରାଇଡର୍ସ ୧୫.୧ ଓଭରରେ ୯୫/୧୦ (ଅଙ୍ଗକ୍ରିସ୍ ରଘୁବଂଶୀ ୩୭, ଅଜିଙ୍କ୍ୟ ରାହାଣେ ୧୭, ଆନ୍ଦ୍ରେ ରସେଲ ୧୭, ୟୁଝବେନ୍ଦ୍ର ଚହଲ ୪/୨୮, ମାର୍କୋ ୟାନସେନ ୩/୧୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe