ରାହୁଲଙ୍କ ଅଧିନାୟକତ୍ୱ ସୌଭାଗ୍ୟ : ରୋହିତଙ୍କ ଅନୁପସ୍ଥିତିରେ ଭାରତର ନେତୃତ୍ବ ‌ନେଲେ

ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିବେ ରାହୁଲ! ରୋହିତ ଓ କୋହଲିଙ୍କୁ ମିଳିପାରେ ବିଶ୍ରାମ

CricTracker.com

ଦିନ ଥିଲା ଭାରତୀୟ ଦଳରେ ନିଜ ସ୍ଥାନ ପାଇଁ କେଏଲ୍ ରାହୁଲ ସଂଘର୍ଷ କରୁଥିଲେ। ସ୍ଥିର ପ୍ରଦର୍ଶନ ବଳରେ କିନ୍ତୁ ସେ ଏବେ ଅଧିନାୟକ ଓ ପ୍ରଶିକ୍ଷକଙ୍କ ଭରସା ଜିତି ନେଇଛନ୍ତି। ଯାହାର ଝଲକ ରବିବାର ଦେଖିବାକୁ ମିଳିଥିଲା। ବିରାଟ କୋହଲି ପଞ୍ଚମ ତଥା ଶେଷ ମୁକାବିଲାରେ ବିଶ୍ରାମ ନେବା ପରେ ଉପଅଧିନାୟକ ରୋହିତ ଶର୍ମା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ। ହେଲେ ଭାରତୀୟ ପାଳିର ସପ୍ତଦଶ ଓଭରରେ ହଠାତ୍ ସେ ନିଜ ନଳିଗୋଡ଼ର ମାଂସପେଶୀରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ଆଉ ବ୍ୟାଟିଂ କରିନପାରି ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ଭାରତର କ୍ଷେତ୍ରରକ୍ଷଣ‌ ବେଳେ ସେ ମଧ୍ୟ ପଡ଼ିଆକୁ ଆସିପାରିନଥିଲେ। ଫଳରେ ନ୍ୟୁଜିଲାଣ୍ଡର ପୂରା ପାଳିରେ ୱିକେଟ୍ ରକ୍ଷକ ‌ରାହୁଲ ଭାରତର ନେତୃତ୍ବ ‌ନେଇଥିଲେ। ତାଙ୍କୁ ଦେଖି ପ୍ରଶଂସକମାନେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ କଥା ମନେ ପକାଇଥି‌ଲେ। ଦ୍ରାବିଡ଼ ମଧ୍ୟ ନିଜ ସମୟରେ ୱିକେଟ୍ ରକ୍ଷଣ ସହ ‌ଅଧିନାୟକ ଦାୟିତ୍ବ ତୁଲାଉଥିଲେ। ତେବେ ରାହୁଲ ପାଳି ଆରମ୍ଭ କରିବା ସହ ଅତିରିକ୍ତ ଦାୟିତ୍ବରେ ରହିଥି‌ଲେ।

ସର୍ବୋଚ୍ଚ ରନ୍‌ ସଂଗ୍ରହକାରୀ ଭାରତୀୟ
ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସର୍ବୋଚ୍ଚ ରନ୍‌ ସଂଗ୍ରହକାରୀ ଭାରତୀୟ ହୋଇଛନ୍ତି। ରବିବାର ଶେଷ ମ୍ୟାଚ୍‌ରେ ରାହୁଲ ୪୫ ରନ୍‌ର ପାଳି ଖେଳିଥିଲେ। ଫଳରେ ଏହି ୫ ଟିକିଆ ଶୃଙ୍ଖଳାରେ ସେ ୨ ଅର୍ଧଶତକ ସହ ମୋଟ ୨୨୪ ରନ୍‌ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥି‌ଲେ। ପୂର୍ବରୁ ଏହି କୀର୍ତ୍ତିମାନ ‌ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ଥିଲା।‌ ସେ ୨୦୧୬‌ରେ ଅଷ୍ଟ୍ରେଲିଆ ବିପକ୍ଷ ‌୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ମୋଟ ୧୯୯ ରନ୍‌ କରିଥିଲେ। ନିକଟରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା (୨୦୧୯)ରେ ମଧ୍ୟ କୋହଲି ମୋଟ ୧୮୩ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe