ସିଆଇଏସ୍‌ଏଫ୍‌କୁ ପିପିଇ କିଟ୍‌ ଦାନ କଲେ କେଏଲ୍‌ ରାହୁଲ

Advertisment
ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିବେ ରାହୁଲ! ରୋହିତ ଓ କୋହଲିଙ୍କୁ ମିଳିପାରେ ବିଶ୍ରାମ

CricTracker.com

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟିଂ ତାରକା କେଏଲ୍ ରାହୁଲ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍‌ ଦାନ କରିଛନ୍ତି। ବେଙ୍ଗାଲୁରୁ ବିମାନବନ୍ଦରରେ ନିୟୋଜିତ ଥିବା ସିଆଇଏସ୍‌ଏଫ୍ ଯବାନମାନଙ୍କୁ ସେ ଏହି କିଟ୍‌ ପ୍ରଦାନ କରିଛନ୍ତି। ସିଆଇଏସ୍‌ଏଫ୍‌ ଯବାନମାନେ ଦିନ-ରାତି ଏକ କରି ଆମକୁ ସୁରକ୍ଷା ଦେଉଛନ୍ତି। ଆମେ ଯେପରି ସୁରକ୍ଷିତ ଭାବେ ରହିବା, ସେଥିପାଇଁ ସେମାନେ ତାଙ୍କ ଜୀବନକୁ ବିପଦରେ ପକାଉଛନ୍ତି।

ଏହି ଯବାନମାନେ ଯେପରି ନିଜକୁ ସୁରକ୍ଷିତ ମଣିବେ ସେଥିପ୍ରତି କେବଳ ମୁଁ ନୁହେଁ, ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ବ ରହିବା ଉଚିତ୍‌। ତେଣୁ ଏକ୍ଷେତ୍ରରେ ସେମାନଙ୍କ ପାଇଁ ମୋର ଏହା ଏକ ଛୋଟ ଅବଦାନ ବୋଲି ରାହୁଲ କହିଛନ୍ତି। ୟୁଏଇରେ ଆସନ୍ତା ମାସରୁ ଆରମ୍ଭ ହେଉଥିବା ଆଇପିଏଲ୍‌ରେ ରାହୁଲ କିଙ୍ଗ୍ସ ଏକାଦଶ ପଞ୍ଜାବର ନେତୃତ୍ବ ନେବେ। ଏଥିପୂର୍ବରୁ ଥା‌ଲାସେମିଆ ରୋଗୀଙ୍କ ଚିକିତ୍ସା ପାଇଁ ରାହୁଲ ତାଙ୍କ ଦିନିକିଆ ଓ‌ ଟ୍ବେଣ୍ଟି-୨୦ ଜର୍ସି ସହିତ ବଶ୍ବକପ୍‌ କ୍ରିକେଟ ବ୍ୟାଟ୍‌କୁ ନିଲାମ କରି ମହାନତା ଦେଖାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe