ମାଙ୍କଡ କାମୁଡିଥିବାରୁ ବାଦ ପଡ଼ିଥିଲେ ଫ୍ରେଜର ମ୍ୟାକ୍‌ଗର୍କ, ଜାଣନ୍ତୁ ରୋଚକ କାହାଣୀ

Advertisment
ମାଙ୍କଡ କାମୁଡିଥିବାରୁ ବାଦ ପଡ଼ିଥିଲେ ଫ୍ରେଜର ମ୍ୟାକ୍‌ଗର୍କ, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ: ଆଇପିଏଲ୍‌ର ୪୩ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)ରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ ଜେକେ ଫ୍ରେଜର ମ୍ୟାକ୍‌ଗର୍କ ଧୂଆଁଧାର ବ୍ୟାଟିଂ କରିଛନ୍ତି। ସେ ୧୫ ବଲ୍‌ରେ ୫୦ ରନ୍ ସଂଗ୍ରହ କରିଥିବାବେଳେ ୨୭ ବଲ୍‌ ଖେଳି ୮୪ ରନ୍ ସଂଗ୍ରହ କରିଥିଲେ। ବଡ଼କଥା ଯେ ଆଇପିଏଲ ୨୦୨୪ରେ ଦୁଇଥର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି | ୨୨ ବର୍ଷୀୟ ମ୍ୟାକଗର୍କ ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ରେ ୫ଟି ମ୍ୟାଚରେ ୨୪୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍ ହାର ୨୩୭.୫ ରହିଛି | ଏହି ଖେଳାଳି ୨୦୨୩ ମସିହାରେ ଅଷ୍ଟ୍ରେଲିଆ ଘରୋଇ କ୍ରିକେଟରେ ୨୯ ବଲରେ ଶତକ ହାସଲ କରିଥିଲେ | ଏହା ସହ ସେ କ୍ରିକେଟର ଯେକୌଣସି ଫର୍ମାଟରେ ଦ୍ରୁତତମ ଶତକ ସ୍କୋର କରିବା ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ତାଙ୍କ ପୂର୍ବରୁ ଏହି ରେକର୍ଡ କ୍ରିସ ଗେଲଙ୍କ ନାମରେ ଥିଲା, ଯିଏ ଆଇପିଏଲରେ ୩୦ଟି ବଲରେ ଶତକ ହାସଲ କରିଥିଲେ। ଦିନିକିଆ କ୍ରିକେଟରେ ଏବି ଡି ଭିଲିୟର୍ସ ୩୧ ବଲରେ ୧୦୦ ରନ୍ କରିଥିବାର ରେକର୍ଡ ରହିଛି |

ତେବେ ଆଜି ଆମେ ଆପଣଙ୍କୁ ଫ୍ରେଜର ମ୍ୟାକ୍‌ଗର୍କଙ୍କ ସହ ଜଡିତ ଏକ ରୋଚକ କଥା କହିବୁ | ବାସ୍ତବରେ ଏକ ମାଙ୍କଡ ପାଇଁ ସେ ଅଣ୍ଡର ୧୯ ବିଶ୍ୱକପ ଟିମରୁ ବାଦ ପଡ଼ିଥିଲେ | ୨୦୨୩ ମସିହାରେ ଅନୁଷ୍ଠିତ ମାର୍ଶ କପ୍ ଟୁର୍ନାମେଣ୍ଟରେ ଦକ୍ଷିଣ ଅଷ୍ଟ୍ରେଲିଆ ଦଳ ପାଇଁ ଖେଳୁଥିବାବେଳେ ତସମାନିଆ ବିପକ୍ଷରେ ମାତ୍ର ୨୯ ବଲରେ ୧୦୦ ରନ୍ ସ୍କୋର କରିଥିଲେ | ସେହି ମ୍ୟାଚ୍‌ରେ ସେ ୩୮ଟି ବଲରେ ୧୨୫ ରନ୍ ସ୍କୋର କରିଥିଲେ। ବଡ଼କଥା ଯେ ସେ ଅଷ୍ଟ୍ରେଲିଆ ପାଇଁ ୨୦୨୦ରେ ଅଣ୍ଡର ୧୯ ବିଶ୍ୱକପ ଖେଳିବାର ଥିଲା | କିନ୍ତୁ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ଏକ ମାଙ୍କଡ଼ କାମୁଡ଼ି ଦେଇଥିଲା, ଯେଉଁଥିପାଇଁ ତାଙ୍କୁ ଘରକୁ ଫେରିବାକୁ ପଡିଥିଲା । ସେହି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ଦଳ ନକ୍ଆଉଟ୍ ପର୍ଯ୍ୟାୟରୁ ବାଦ ପଡିଥିଲା। ତେବେ ମ୍ୟାକଗୁର୍କର ଭାଗ୍ୟ ଆଇପିଏଲ ୨୦୨୪ରେ ଚମକୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe