ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ବଲିଉଡ୍ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଏବେ ଏକାଠି କସରତ କରୁଛନ୍ତି। ଏହା କରି ଉଭୟ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ଚାଲିଛନ୍ତି। ପତି-ପତ୍ନୀ ଏକାଠି ସମୟ ଅତିବାହିତ କରିବା ସହ ଶରୀର ଏବଂ ମନକୁ ମଧ୍ୟ ସୁସ୍ଥ ଓ ସତେଜ ରଖି ପାରୁଛନ୍ତି। ଅନୁଷ୍କା ଆମେରିକାରେ ଦୀର୍ଘ ଦିନ ସୁଟିଂ କରିବା ପରେ ନିକଟରେ ଭାରତ ଫେରିଛନ୍ତି। ସେପଟେ କୋହଲି ବେକ ଆଘାତରୁ ଆରୋଗ୍ୟ ଲାଭ କରିବା ଲାଗି ଅଭ୍ୟାସ ଜାରି ରଖିଛନ୍ତି। ଉଭୟ କସରତ କରୁଥିବାର ଭିଡିଓ କୋହଲି ଟ୍ଵିଟରରେ ପ୍ରକାଶ କରିବା ପରେ ଏହା ଏବେ ବେଶ୍ ଲୋକପ୍ରିୟ ହୋଇଛି। ଅନୁଷ୍କା ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଏକାଠି ‘ଅଭ୍ୟାସ କରିବା ଆହୁରି ଭଲ’ ବୋଲି ଲେଖିଛନ୍ତି। ଏପରିକି ବ୍ୟାୟାମ କରୁଥିଲା ବେଳେ ଅନୁଷ୍କା ଅନେକ ସମୟରେ ତାଙ୍କୁ ପଛରେ ପକାଇ ଦେଉଥିବା କୋହଲି ସ୍ୱୀକାର କରିଛନ୍ତି। ଇଂଲଣ୍ଡ ଶୃଙ୍ଖଳା ପୂର୍ବରୁ ୨୯ ବର୍ଷୀୟ କୋହଲି ଆସନ୍ତା ୧୫ ତାରିଖରେ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମିରେ ସୁସ୍ଥତା ପରୀକ୍ଷା ଦେବେ। ଏଭଳି ସ୍ଥିତିରେ ଅନୁଷ୍କାଙ୍କ ସାଥ୍ ମିଳିବା ତାଙ୍କ ମନୋବଳକୁ ବଢ଼ାଇ ଦେଇଛି।
କୋହଲି-ଅନୁଷ୍କା କସରତ
Advertisment
Follow Us