୧୬ ବର୍ଷ ତଳର କୀର୍ତିମାନ ଭଙ୍ଗ: ଦ୍ରାବିଡ୍‌ଙ୍କୁ ଟପିଲେ କୋହଲି

୧୬ ବର୍ଷ ତଳର କୀର୍ତିମାନ ଭଙ୍ଗ: ଦ୍ରାବିଡ୍‌ଙ୍କୁ ଟପିଲେ କୋହଲି

ମେଲ୍‌ବର୍ନ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେ‌ଷ୍ଟ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୧୦ କୀର୍ତିମାନର ସୁଯୋଗ ରହିଥିଲା। ତେବେ ପ୍ରଥମ ପାଳିରେ ୮୨ ରନ୍‌ କରିବା ପରେ କୋହଲି ଗୋଟିଏ କୀର୍ତିମାନ ଭାଙ୍ଗି ଦେଇଛନ୍ତି। ଦ୍ବିତୀୟ ଦିବସରେ ତାଙ୍କ ୮୨ ରନ୍‌ର ପାଳି ବଳରେ କୋହଲି ୧୬ ବର୍ଷ ତଳେ ରାହୁଲ୍‌ ଦ୍ରାବିଡ୍‌ କରିଥିବା ଏକ କୀର୍ତିମାନକୁ ଭାଙ୍ଗି ଦେଇଛନ୍ତି। ବିଦେଶ ମା‌ଟିରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍‌ କରିବାରେ କୋହଲି ଏହି ଭାରତୀୟ କୀର୍ତିମାନ ରଚିଛନ୍ତି। ୨୦୦୨ରେ ଦ୍ରାବିଡ୍‌ କରିଥିବା ୧୧୩୭ ରନ୍‌ ଏପର୍ଯ୍ୟନ୍ତ ଅତୁଟ ରହିଥିଲା। ହେଲେ ଗୁରୁବାର ମେଲ୍‌ବର୍ନ ଟେଷ୍ଟ୍‌ରେ ଭାରତ ପ୍ରଥମ ପାଳିରେ ୮୨ ରନ୍‌ କରିଥିବା କୋହଲି ଏହାକୁ ଟପି ଯାଇଛନ୍ତି। ଫଳରେ କୋହଲି ଚଳିତ କ୍ୟାଲେଣ୍ଡର ବର୍ଷରେ ବିଦେଶ ମାଟିରେ ନିଜର ମୋଟ ରନ୍‌ ସଂଖ୍ୟାକୁ ୧୧୩୮ରେ ପହଞ୍ଚାଇ ଦେଇଛନ୍ତି। କୋହଲି ଓ ଦ୍ରାବିଡ୍‌ଙ୍କ ବ୍ୟତୀତ ଅନ୍ୟତମ ଭାରତୀୟ ଭାବେ ମହିନ୍ଦର ଅମରନାଥ (୧୦୬୫) ଓ ସୁନିଲ ଗାଭାସ୍କର (୯୧୮) ଗୋଟିଏ ଲେଖାଏଁ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍‌ କରିଥିବା ତାଲିକାରେ ଶ୍ରେଷ୍ଠ-୪ ମଧ୍ୟରେ ରହିଛନ୍ତି। ଅମରନାଥ ୧୯୮୩ ଏବଂ ଗାଭାସ୍କର ୧୯୭୧ ମସିହାରେ ଏହି ସଫଳତା ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe