ଖଲିଲଙ୍କ ୱିକେଟ୍‌ ଉତ୍ସବ ପାଳନକୁ ନେଇ ମଜା କଲେ କୋହଲି

Advertisment
ଖଲିଲଙ୍କ ୱିକେଟ୍‌ ଉତ୍ସବ ପାଳନକୁ ନେଇ ମଜା କଲେ କୋହଲି

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ୱିକେଟ୍‌ ନେବା ସବୁ ବୋଲରଙ୍କ ପାଇଁ ମହତ୍ବପୂର୍ଣ୍ଣ। କିନ୍ତୁ ତାଙ୍କ ୱିକେଟ୍‌ ଯିଏ ପାଇବ ନିଶ୍ଚିତ ଭଲ ଭାବେ ଉତ୍ସବ ପାଳନ କରିବ। ଶନିବାର ସନ୍‌ରାଇଜର୍ସ ହାଇଦ୍ର‌ାବାଦ ବିପକ୍ଷ ମ୍ୟାଚ୍‌ରେ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ବଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ କୋହଲି ଷ୍ଟମ୍ପିଂ ହୋଇଥିଲେ। ସେ ଆଗକୁ ଯାଇ ଖଲିଲଙ୍କ ବଲ୍‌କୁ ମାରିବା ବେଳେ ବଲ୍‌ ତାଙ୍କ ବ୍ୟାଟ୍‌ରେ ନବାଜି ୱି‌କେଟ୍‌ ରକ୍ଷକ ରିଦ୍ଧିମାନ ସାହଙ୍କ ହାତରେ ପଡ଼ିଥିଲା। ଏହି ସୁଯୋଗର ସଦୁପଯୋଗ କରି‌ କୋହଲିଙ୍କୁ ରିଦ୍ଧିମାନ ଷ୍ଟମ୍ପ୍‌ ଆଉଟ୍‌ କରିଦେଇଥିଲେ। ଏହି ୱିକେଟ୍‌ ହାସଲ ପରେ ‌ଖଲିଲ ପଡ଼ିଆରେ ଉତ୍ସବ ମନାଇଥିଲେ। କୋହଲିଙ୍କ ୱିକେଟ୍‌ ପରେ ୧୭୬ ରନ୍‌କୁ ପିଛା କରୁଥିବା ଆର୍‌ସିବି ୧୮/୨‌ ସଂଘର୍ଷ କରିଥିଲା। ‌ଖଲିଲ ୩/୧୭ ବୋଲିଂ ସଫଳତା ପାଇବା ସତ୍ତ୍ବେ ହାଇଦ୍ରାବାଦ ପରାଜୟ ବରଣ କରିଥିଲା। ମ୍ୟାଚ୍‌ ପରେ ଉଭୟ ଦଳର ଖେଳାଳିମାନେ କରମର୍ଦନ କରୁଥିଲେ। ଏହି ସମୟରେ କୋହଲି ହାତରେ ବ୍ୟାଟିଂ କଲାଭଳି ‌ଶୈଳୀ କରି ଖଲିଲଙ୍କ ଉତ୍ସବ ପାଳନ କଥା ମନେ ପକାଇ ମଜା କରିଥିଲେ। ଏହି ମଜା କରିବାର ଦୃଶ୍ୟ କ୍ୟାମେରାରେ କୟଦ ହୋଇଯାଇଥିଲା। ଯାହା ଏବେ ‌ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe