Rajkot: Indian cricket team captain Virat Kohli during a practice session ahead of their first test match against West Indies, in Rajkot, Wednesday, Oct 3, 2018. (PTI Photo/Shashank Parade)(PTI10_3_2018_000042B)
ପୁନେ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ତିନିଟି ମ୍ୟାଚ୍ରେ କ୍ରମାଗତ ଶତକ ଜମାଇବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ହ୍ୟାଟ୍ରିକ୍ ଅର୍ଜନ କରିବାରେ ପ୍ରଥମ ଭାରତୀୟ ତଥା ବିଶ୍ବର ଦଶମ ବ୍ୟାଟ୍ସମ୍ୟାନ୍ ବିବେଚିତ ହୋଇଛନ୍ତି। ତେବେ କ୍ରିକେଟ୍ ଇତିହାସରେ ଘରୋଇ ମାଟିରେ ଏଭଳି କୀର୍ତିମାନ କରିବାରେ ସେ ପ୍ରଥମ ଅଧିନାୟକ ହୋଇଛନ୍ତି। କୋହଲି େଗୗହାଟୀରେ ୧୪୦, ବିଶାଖାପାଟଣାରେ ୧୫୩* ଏବଂ ପୁନେରେ ୧୦୭ ରନ୍ କରିଛନ୍ତି। କେବଳ ସେତିକି ନୁହେଁ, ଘରୋଇ ମାଟିରେ ଲଗାତାର ୪ ଦିନିନିଆ ଶତକ ହାସଲ କରି କୋହଲି ମଧ୍ୟ ପ୍ରଥମ ଭାରତୀୟ ଏବଂ ବିଶ୍ବର ଦ୍ବିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଇଣ୍ଡିଜ୍ ଶୃଙ୍ଖଳା ପୂର୍ବରୁ କୋହଲି ଘରୋଇ ମାଟିରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଶେଷ ଦିନିକିଆ (୨୦୧୭ ଅକ୍ଟୋବର ୨୯, କାନପୁର)ରେ ଶତକ (୧୧୩) ହାସଲ କରିଥିଲେ। ଏକ୍ଷେତ୍ରେର କୋହଲିଙ୍କ ପୂର୍ବରୁ କେବଳ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ହିଁ ଲଗାତାର ୪ ଶତକ ମାରିଥିଲେ। ସେ ଫେବ୍ରୁଆରି ୨୦୧୦ରୁ ମାର୍ଚ ୨୦୧୧ ମଧ୍ୟରେ ଭାରତ ବିପକ୍ଷରେ ୧୧୪* ଓ ୧୦୨* ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୭* ଓ ନେଦରଲାଣ୍ଡ୍ ବିପକ୍ଷରେ ୧୩୪ ରନ୍ କରିଥିଲେ। ଚଳିତ ବର୍ଷ କୋହଲି ଷଷ୍ଠ ଶତକ ଜମାଇଲେ। ସେ ମଧ୍ୟ ୨୦୧୮ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଭାବେ ୧୧୫୩ ରନ୍ କରିସାରିଲେଣି। ଚଳିତ ବର୍ଷ ତାଙ୍କ ପଛକୁ ଇଂଲଣ୍ଡର ଜନ୍ ବେୟାରଷ୍ଟୋ ଓ ଭାରତର ରୋହିତ ଶର୍ମା ୪ ଲେଖାଏଁ ଶତକ ହାସଲ କରି ଦ୍ବିତୀୟରେ ରହିଛନ୍ତି। ଲଗାତାର ୪ ଦିନିକିଆ ଶତକ ହାସଲର କୀର୍ତିମାନ କେବଳ ସିଂହଳୀ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରାଙ୍କ ନାମରେ ରହିଛି। ସେ ୨୦୧୫ ବିଶ୍ବକପ୍ରେ ଏହି ସଫଳତା ଲାଭ କରିଥିଲେ।
Follow Us