ପରୀକ୍ଷାରେ କୋହଲିଙ୍କ ବ୍ୟୂହରଚନା କୌଶଳ

Advertisment
ପରୀକ୍ଷାରେ କୋହଲିଙ୍କ ବ୍ୟୂହରଚନା କୌଶଳ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ର ମାନ୍ୟତା ଲାଭ କରିସାରିଲେଣି। ଏପରିକି ମାତ୍ର ୩୦ ବର୍ଷ ବୟସରେ ସେ କ୍ରିକେଟ୍ କିମ୍ବଦନ୍ତୀଙ୍କ ମଧ୍ୟରେ ସ୍ଥାନ ପାଇ ସାରିଲେଣି। ଅଷ୍ଟ୍ରେଲିଆରେ ଟେଷ୍ଟ ଶୃଙ୍ଖଳା ଜିତିବାରେ ପ୍ରଥମ ଭାରତୀୟ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିବା କୋହଲି ପୂର୍ବରୁ ଦୁଇ ଥର ବିଶ୍ବକପ୍ ଖେଳି ସାରିଛନ୍ତି। ହେଲେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ବିଶ୍ବକପ୍ ଖେଳିବେ। ଏଥର ଭାରତକୁ ବିଜେତା କରାଇ ପାରିଲେ ସେ ବିଶ୍ବକପ୍ ଜିତିଥିବା ହାତଗଣତି ଅଧିନାୟକଙ୍କ ତାଲିକାରେ ସ୍ଥାନ ପାଇବେ। ଭାରତ ସଫଳ ହେବା କେତେକାଂଶରେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବ। ତେବେ ତାଙ୍କ ନେତୃତ୍ବ ଦକ୍ଷତାର କଡ଼ା ପରୀକ୍ଷା ବିଶ୍ବକପ୍ ଅବସରରେ ହେବ। ରୋହିତ ଶର୍ମା, ଶିଖର ଧାୱନ, ବିଜୟ ଶଙ୍କର, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା ଓ କେଦାର ଯାଦବଙ୍କ ଭଳି ଖେଳାଳିଙ୍କୁ ସେ କିଭଳି ପରିଚାଳନା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିବ। ସେହିଭଳି ଦୁଇ ଯୁବ ସ୍ପିନର ୟୁଜ୍‌ବେନ୍ଦ୍ର ଚହଲ, କୁଲଦୀପ ଯାଦବ ଏବଂ ଦ୍ରୁତ ବୋଲିଂ ବାହିନୀର ସୁପରିଚାଳନା ମଧ୍ୟ କୋହଲିଙ୍କ କ୍ରିକେଟ୍ କଳା କୌଶଳ ପାଇଁ କଠିନ ପରୀକ୍ଷା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe