କେପଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନ ଏକ ସୁନ୍ଦର ସହର। ନବବିବାହିତ ଦମ୍ପତ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଉପସ୍ଥିତି ପାଇଁ ଏହି ସହର ଆହୁରି ସୁନ୍ଦର ହୋଇ ଯାଇଛି। କେପଟାଉନର ବାତାବରଣରେ ଏବେ କୋହଲି-ଅନୁଷ୍କା ରୋମାନ୍ସର ମହକ ଭରି ଯାଇଛି। ଏହି ଦୁଇ ଜଣ ଏବେ ସେଠାରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ଉଭୟ କୋହଲି ଏବଂ ଅନୁଷ୍କା ମଧ୍ୟ ଏକଥା ଜାଣିଛନ୍ତି। ସେଥିପାଇଁ ଖାଲି ସମୟରେ ଦୁଇ ଜଣ ଯାକ କେପଟାଉନର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ପ୍ରଶଂସକଙ୍କ ପାଇଁ ଫଟୋ ଟ୍ଵିଟ୍ କରିବାକୁ ଭୁଲୁ ନାହାନ୍ତି। ବୁଧବାର କୋହଲି ଏଭଳି ଏକ ଫଟୋ ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ଏହି ସୁନ୍ଦର ସେଲଫି ତଳେ ସେ ଲେଖିଥିଲେ ଯେ କେପଟାଉନ୍ ବହୁତ ସୁନ୍ଦର ସହର। ମୋ ଏକମାତ୍ର ପତ୍ନୀଙ୍କ ପାଇଁ ଏହା ଆହୁରି ସୁନ୍ଦର ହୋଇ ଯାଇଛି। ସୂଚନାଯୋଗ୍ୟ ଯେ କୋହଲି ଏବଂ ଅନୁଷ୍କା ଇଟାଲିରେ ବାହାହେବା ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ବିବାହ ଭାଜି ଦେଇଥିଲେ। ଏହା ପରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଲାଗି କୋହଲି ଦକ୍ଷିଣ ଆଫ୍ରିକା ଯିବା ସହ ସାଙ୍ଗରେ ଅନୁଷ୍କାଙ୍କୁ ମଧ୍ୟ ନେଇଛନ୍ତି।
କେପ୍ଟାଉନ୍ରେ କୋହଲି-ଅନୁଷ୍କା ରୋମାନ୍ସ
Advertisment
Follow Us