କୋହଲିଙ୍କ ଅନୁପସ୍ଥିତି ଆମ ପାଇଁ ମୂଲ୍ୟ ରଖୁନି: ପେରେରା

Advertisment
କୋହଲିଙ୍କ ଅନୁପସ୍ଥିତି ଆମ ପାଇଁ ମୂଲ୍ୟ ରଖୁନି: ପେରେରା

କଟକ: ଟେ୍ଵଣ୍ଟି-୨୦ରେ ସବୁବେଳେ ଜଣେ ଖେଳାଳିଙ୍କଠୁ ଅଧିକ ଆଶା କରିହେବନି। ଏଥର ଭାରତୀୟ ଦଳରେ ବିରାଟ କୋହଲି ଥାନ୍ତୁ କି ନଥାନ୍ତୁ। ଏହା ଆମ ଉପରେ କୌଣସି ପ୍ରଭାବ ପକାଇବନି। କେହି ଭଲ ଖେଳିଲେ କିମ୍ବା ଖରାପ ଖେଳିଲେ ମ୍ୟାଚରେ ସବୁବେଳେ ତାହା ଫରକ ପକାଇ ପାରିବନାହିଁ। ତେଣୁ ବୁଧବାର ପ୍ରଥମ ମ୍ୟାଚରେ ଆମକୁ ଭଲ ଖେଳିବାକୁ ପଡ଼ିବ ବୋଲି ଶ୍ରୀଲଙ୍କାର ଅଧିନାୟକ ତିସାରା ପେରେରା କହିଛନ୍ତି। ବାରବାଟୀ ପିଚ୍‌ ଭଲ ବ୍ୟାଟିଂ ଉପଯୋଗୀ ହେଲାଭଳି ଦେଖାଯାଉଛି। ତଥାପି କାକରର ପ୍ରଭାବ ଉଭୟ ଦଳଙ୍କ ଉପରେ ପଡ଼ିବ। ତେଣୁ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କରିବ, ଭଲ ସ୍କୋର କରିବା ପ୍ରାଥମିକତା ହେବ। ଏପରି କରିପାରିଲେ ବିପକ୍ଷ ଦଳ ଉପରେ ଚାପ ପକାଇ ହେବ। ତଥାପି ୧୫୦ରୁ ଅଧିକ ରନ୍‌ ସଂଗ୍ରହ ହୋଇପାରିଲେ, ମ୍ୟାଚରେ ଭଲ ସଂଘର୍ଷ ଦେଖିବାକୁ ମିଳିବ।

ଏଥିପାଇଁ ମଙ୍ଗଳବାର ରାତି ବହୁତ ଗୁରୁତ୍ୱପୂର୍ଣ୍ଣ। ରାତିରେ କେତେ କାକର ପଡୁଛି ତାହା ଦେଖିବାକୁ ପଡ଼ିବ। ସେହି ଅନୁଯାୟୀ ମ୍ୟାଚ ପାଇଁ ସକାଳେ ଯୋଜନା କରାଯିବ। ଶ୍ରୀଲଙ୍କା ପାଇଁ ଟେଷ୍ଟ ଓ ଦିନିକିଆରେ ଫଳାଫଳ ବହୁତ ଖରାପ ହୋଇଥିଲା। ଦିନିକିଆର ପ୍ରଥମ ମ୍ୟାଚକୁ ଆମେ ଜିତିଥିଲୁ। ତେଣୁ ସେଥିରୁ ଅନେକ ସକରାତ୍କମ ଦିଗ ଶିଖିବାକୁ ମିଳିଛି। ଶେଷ ଦିନିକିଆରେ ଆମେ ଭଲ ଆରମ୍ଭ କରିଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ ରୂପାନ୍ତର କରିବାରେ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ଏବେ ସଂପୂର୍ଣ୍ଣ ନୂଆ ଫର୍ମାଟ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ମଙ୍ଗଳବାର ଭଲ ଅଭ୍ୟାସ ମଧ୍ୟ ହୋଇଛି। ତେଣୁ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିବୁ ବୋଲି ଆଶା ରହିଥିବା ପେରେରା କହିଛନ୍ତି। ଦଳରେ ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ଦିଆଯାଇଛି। ସେମାନଙ୍କୁ ନିଜ ଭିତରେ ଆତ୍ମବିଶ୍ୱାସ ଜନ୍ମାଇବାକୁ ପଡ଼ିବ। ଯୁବ ଖେଳାଳିଙ୍କୁ ଯେତେ ଅଧିକ ସୁଯୋଗ ଦିଆଯିବ, ଭବିଷ୍ୟତରେ ଦଳ ସେଥିରୁ ଫାଇଦା ପାଇବ ବୋଲି ପେରେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe