କରୋନା ଯୋଦ୍ଧାଙ୍କୁ କୋହଲି-ଅନୁଷ୍କାଙ୍କ ସଲାମ

କରୋନା ଯୋଦ୍ଧାଙ୍କୁ କୋହଲି-ଅନୁଷ୍କାଙ୍କ ସଲାମ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ସମ୍ମୁଖରେ ରହି କରୋନା ମହାମାରୀ ସହ ଲଢ଼େଇ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ସଲାମ କରିଛନ୍ତି। ଏହି କଠିନ ସମୟରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଉଥିବାରୁ କୋହଲି-ଅନୁଷ୍କା ଟ୍ବିଟ୍ କରି ନିଜ କୃତଜ୍ଞତା ଜଣାଇଛନ୍ତି। କୋହଲି ଲେଖିଛନ୍ତି ଯେ ମୁଁ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗରେ ରହି କରୋନା ସହ ଲଢ଼ୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଜଣାଉଛି। ସେହିଭଳି ସାଧାରଣ ଜନତାଙ୍କୁ ସହାୟତା ଦେବାକୁ ଆଗେଇ ଆସୁଥିବା ସମସ୍ତ ସହୃଦୟ ବ୍ୟକ୍ତିଙ୍କୁ ବି ମୁଁ ଧନ୍ୟବାଦ ଜଣାଉଛି।

ଅନ୍ୟପକ୍ଷରେ ଅନୁଷ୍କା ନିଜ ଟ୍ବିଟ୍‌ରେ କରୋନା ଯୋଦ୍ଧାଙ୍କୁ ଅସଲ ନାୟକ ଭାବେ ସମ୍ବୋ‌ଧନ କରିଛନ୍ତି। ସେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ କାର୍ଯ୍ୟକୁ ପ୍ରେରଣାଦାୟୀ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ କରୋନା ଲଢ଼େଇ ପାଇଁ କୋହଲି ଓ ଅନୁଷ୍କା ମିଳିତ ଭାବେ ୨ କୋଟି ଟଙ୍କା ଦାନ କରିଥିଲେ। ସେମାନେ ମଧ୍ୟ ଅନଲାଇନ୍‌ରେ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରୁ ପାଖାପାଖି ୩.୫ କୋଟି ଟଙ୍କା ସଂଗ୍ରହ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe