ଧୋନିଙ୍କ ସମେତ ୪ଜଣ ଭାରତୀୟ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଲେ କୋହଲି

Advertisment

ବିରାଟଙ୍କ ପଛକୁ ରହିଲେ ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନି, ଗାଭାସ୍କର, ଗାଙ୍ଗୁଲି ଓ ଆଜାରୁଦ୍ଦିନ

ବିରାଟଙ୍କ ପଛକୁ ରହିଲେ ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନି, ଗାଭାସ୍କର, ଗାଙ୍ଗୁଲି ଓ ଆଜାରୁଦ୍ଦିନ

ଧୋନିଙ୍କ ସମେତ ୪ଜଣ ଭାରତୀୟ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଜୋହାନେସବର୍ଗ ଟେଷ୍ଟରେ ୨ୟ ପାଳିରେ ଯଦିଓ ୪୧ ରନ୍‌ରୁ ଆଗକୁ ବଢ଼ି ପାରି ନାହାଁନ୍ତି ତଥାପି ଏକ ବିରଳ ରେକର୍ଡ କରିଛନ୍ତି। କୋହଲି ଏଭଳି ରେକର୍ଡ କରିଛନ୍ତି, ଯାହାକି ଭବିଷ୍ୟତରେ ମଧ୍ୟ କେହି ଖେଳାଳି ଏହାକୁ ଅତିକ୍ରମ କରିବା ନେଇ ସନ୍ଦେହ ଲାଗୁଛି। ୨ୟ ପାଳିରେ କୋହଲିଙ୍କ ସ୍କୋର ବଳରେ ଭାରତର ସ୍କୋର ୨୪୭ ରନ୍‌ରେ ପହଞ୍ଚିଛି। କୋହଲି କେବଳ ମହେନ୍ଦ୍ର ସିଂହ ଧୋନିଙ୍କୁ ନୁହେଁ ବରଂ ଆଉ ୩ଜଣ ପୂର୍ବତନ ଭାରତୀୟ ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୩ଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ଖେଳାଳି ହୋଇ ପାରିଛନ୍ତି। ସେ ହାରାହାରି ମାମଲାରେ ୪୭.୬୬ ହିସାବରେ ସ୍କୋର କରିଛନ୍ତି। ସେଞ୍ଚୁରିଅନରେ ୧୫୩ ରନ୍‌ ସଂଗ୍ରହ କରିଛନ୍ତି।

ଜୋହାନେସବର୍ଗରେ ୨ୟ ପାଳିରେ କୋହଲି ସ୍ମରଣୀୟ ଅନୁଭୂତି ଆଣିଛନ୍ତି। ଭାରତୀୟ କ୍ରିକେଟ ଇତିହାସରେ ଟେଷ୍ଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳି ହୋଇ ପାରିଛନ୍ତି। ବିରାଟ ଜୋହନସବର୍ଗରେ ୪ଜଣ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ପଛରେ ପକାଇ ଏହି ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ଏଥିରେ ସୌରଭ ଗାଙ୍ଗୁଲି(୨୫୬୧ ରନ୍‌, ୭୫ ଟେଷ୍ଟ), ମହମ୍ମଦ ଆଝାରୁଦ୍ଦିନ(୨୮୫୬ ରନ୍‌, ୬୮ ଟେଷ୍ଟ), ସୁନିଲ ଗାଭାସ୍କର(୩୪୪୯ ରନ୍‌, ୭୪ ଟେଷ୍ଟ) ଓ ମହେନ୍ଦ୍ର ସିଂହ ଧୋନି(୩,୪୫୪ ରନ୍‌, ୯୪ ଟେଷ୍ଟ) ସାମିଲ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe