ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି, ବୁମ୍‌ରା, ଚହଲଙ୍କୁ ବିଶ୍ରାମ

Advertisment
ୱେଷ୍ଟଇଣ୍ଡିଜ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି, ବୁମ୍‌ରା, ଚହଲଙ୍କୁ ବିଶ୍ରାମ

InsideSport

ମୁମ୍ବାଇ: ଭାରତୀୟ ଦଳର ତିନି ପ୍ରମୁଖ ଖେଳାଳି ବିରାଟ କୋହଲି, ଯଶପ୍ରୀତ୍ ବୁମରା, ୟୁଝବେନ୍ଦ୍ର ଚହଲ୍‌ ‌ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିବେ ନାହିଁ। ଏମାନଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ଅବଶ୍ୟ ବିଶ୍ରାମ ନେବାକୁ କୋହଲି ପୂର୍ବରୁ ଅନୁରୋଧ କରିଥିବା ଖବର ପ୍ରକାଶ ପାଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଏହି ଦଳକୁ କେଏଲ୍ ରାହୁଲ ଓ କୁଲଦୀପ ଯାଦବଙ୍କ ପ୍ରତ୍ୟାବର୍ତନ ଘଟିଛି। ଅଫସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ ‌ମଧ୍ୟ ଫେରିଛନ୍ତି। ଗତବର୍ଷ ବିଶ୍ବକପ୍‌ ପୂର୍ବରୁ ଅଶ୍ବିନ୍ ଦଳକୁ ଫେରିଥିଲେ ମଧ୍ୟ ନିୟମିତ ଭାବେ ଚୂଡାନ୍ତ ଏକାଦଶରେ ଖେଳିନଥିଲେ। ଆହତ ଜନିତ ସମସ୍ୟା ମଧ୍ୟ ତାଙ୍କ ବାଟ ଓଗାଳିଥିଲା। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ୩ଟି ଦିନିକିଆ ଓ ୫ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି। ଜୁଲାଇ ୨୨, ୨୪ ଓ ୨୭ ତାରିଖରେ ଦିନିକିଆ ଏବଂ ଜୁଲାଇ ୨୯, ଅଗଷ୍ଟ ୧, ୨, ୫ ଓ ୭ରେ ଟ୍ବେଣ୍ଟି-୨୦ ଖେଳାଯିବ। ଦିନିକିଆ ଶୃଙ୍ଖଳାକୁ ଭାରତ ଶିଖର ଧାୱନଙ୍କ ନେତୃତ୍ବରେ ଖେଳିବ। ଦିନିକିଆ ଦଳରେ ନ ଥିବା ହାର୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ୍‌ଙ୍କୁ ଟ୍ବେଣ୍ଟି-୨୦ ଦଳରେ ସାମିଲ କରାଯାଇଛି।

ଭାରତୀୟ ଟ୍ବେଣ୍ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ୍‌, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌, ଆର୍‌ ଅଶ୍ବିନ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଅୱେସ୍‌ ଖାନ୍‌, ହର୍ଷଲ ପଟେଲ୍‌, ଅର୍ଶଦୀପ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe