ଦେଶର ସବୁଠାରୁ ଦାମୀ ସ୍ରେଲିବ୍ରିଟି ମାନ୍ୟତା ପାଇଲେ କୋହଲି; ପଛକୁ ଅଛନ୍ତି ଦୀପିକା, ଅକ୍ଷୟ କୁମାର ଓ ରଣବୀର ସିଂହ

Advertisment
ଦେଶର ସବୁଠାରୁ ଦାମୀ ସ୍ରେଲିବ୍ରିଟି ମାନ୍ୟତା ପାଇଲେ କୋହଲି;  ପଛକୁ ଅଛନ୍ତି ଦୀପିକା, ଅକ୍ଷୟ କୁମାର ଓ ରଣବୀର ସିଂହ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଲଗାତାର ଦ୍ବିତୀୟ ବର୍ଷ ପାଇଁ ଦେଶର ସବୁଠାରୁ ଦାମୀ ତାରକା ବା ସ୍ରେଲିବ୍ରିଟିର ମାନ୍ୟତା ଲାଭ କରିଛନ୍ତି। ୨୦୧୮ କ୍ୟାଲେଣ୍ଡର ବର୍ଷରେ ‘ବ୍ରାଣ୍ଡ କୋହଲି’ର ମୂଲ୍ୟ ପାଖାପାଖି ୧୨୦୦ କୋଟି ଟଙ୍କା ଥିଲ, ଯାହା ୨୦୧୭ ମସିହା ତୁଳନାରେ ୧୮ ପ୍ରତିଶତ ଅଧିକ। ନଭେମ୍ବର ୨୦୧୮ ସୁଦ୍ଧା କୋହଲି ଏକାକି ୨୪ଟି ଉତ୍ପାଦର ବିଜ୍ଞାପନ କରୁଥିଲେ। ସେଥିପାଇଁ ସେ ଭାରତର ସବୁଠୁ ଦାମୀ ସେଲିବ୍ରିଟି ଥିଲେ ବୋଲି ଆର୍ଥିକ ପରାମର୍ଶଦାତା କଂପାନି ଡଫ୍ ଆଣ୍ଡ ଫେଲପ୍ସ ପ୍ରକାଶ କରିଛି।

publive-image

କୋହଲିଙ୍କ ପଛକୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ରହିଛନ୍ତି। ୨୧ ଉତ୍ପାଦର ପ୍ରଚାର କରୁଥିବା ଦୀପିକାଙ୍କ ବ୍ରାଣ୍ଡଭ୍ୟାଲ୍ୟୁ ହେଉଛି ୭୨୨ କୋଟି। ୨୦୧୭ ତାଲିକାରେ ସେ ତୃତୀୟ ସ୍ଥାନରେ ଥିଲେ। ଚଳିତ ବର୍ଷ ଦ୍ବିତୀୟକୁ ଉନ୍ନୀତ ହୋଇଛନ୍ତି। ୨୦ ଜଣିଆ ତାଲିକାରେ କେବଳ କୋହଲି ଓ ଦୀପିକାଙ୍କ ବ୍ରାଣ୍ଡ ଭ୍ୟାଲ୍ୟୁ ଆମେରିକୀୟ ଡଲାରରେ ୧୦୦ ନିୟୁତରୁ ଅଧିକ ରହିଛି। ଶ୍ରେଷ୍ଠ ୨୦ ଭାରତୀୟ ତାରକାଙ୍କର ମୋଟ ମୂଲ୍ୟ ୮୭୭ ନିୟୁତ ଡଲାର ବା ପାଖାପାଖି ୬୧୭୫ କୋଟି ଟଙ୍କା ରହିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର (୪୭୪ କୋଟି) ଓ ରଣବୀର ସିଂହ (୪୪୪ କୋଟି) ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି। ସୁପରଷ୍ଟାର ଶହାରୁଖ ଖାନ୍ (୪୨୭ କୋଟି) ଦ୍ବିତୀୟରୁ ପଞ୍ଚମ ସ୍ଥାନକୁ ଖସି ଯାଇଛନ୍ତି।

publive-image jansatta.com

ତାଲିକାରେ ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ ଆଧିପତ୍ୟ ବିସ୍ତାର କରିଥିଲେ ମଧ୍ୟ ଖେଳାଳିମାନେ ସେମାନଙ୍କୁ କଡ଼ା ଟକ୍କର ଦେଇଛନ୍ତି। କୋହଲି, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ପିଭି ସିନ୍ଧୁଙ୍କ ଭଳି ଖେଳାଳିଙ୍କ ମିଳିତ ମୂଲ୍ୟ ୧୬୯୭ କୋଟି ରହିଛି। ଚଳିତ ବର୍ଷ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ମିଳିତ ଭାବେ ୪୦ ଉତ୍ପାଦର ପ୍ରଚାର ପ୍ରସାର କରୁଛନ୍ତି। ଏଣୁ ୨୦୧୯ ତାଲିକାରେ ଉଭୟଙ୍କ ଦାମ ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe