ପ୍ୟାରିସ୍: ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଓହରି ଯିବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଫ୍ରାନ୍ସ ଚାଲିଯାଇଛନ୍ତି। ଲଣ୍ଡନରୁ କୋହଲି ସିଧା ପ୍ୟାରିସ ଯାଇଥିଲା ବେଳେ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ବାମିକା ମଧ୍ୟ ସେଠାରେ ପହଞ୍ଚି ଯାଇଛନ୍ତି। ଇଂଲଣ୍ଡ ଗସ୍ତରେ ସଂଘର୍ଷ କରିଥିବା କୋହଲି ଫ୍ରାନ୍ସରେ ଛୁଟି କଟାଇ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ନିଜକୁ ମାନସିକ ଓ ଶାରୀରିକ ଭାବେ ସତେଜ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ପ୍ୟାରିସ୍ ତାପମାତ୍ରା ଏବେ ୪୧ ଡିଗ୍ରି ଛୁଇଁଛି। ଯାହା କୋହଲି ପରିବାରର ଛୁଟି କଟାଇବା ଏବଂ ବୁଲାବୁଲିରେ ବଡ଼ ପ୍ରତିବନ୍ଧକ ହୋଇପାରେ।
ଫ୍ରାନ୍ସ ଗଲେ କୋହଲି ପରିବାର
Advertisment
Follow Us