ଦିବ୍ୟାଙ୍ଗ ପ୍ରଶଂସକଙ୍କୁ ଟି ସାର୍ଟ ଦେଲେ କୋହଲି

ଦିବ୍ୟାଙ୍ଗ ପ୍ରଶଂସକଙ୍କୁ ଟି ସାର୍ଟ ଦେଲେ କୋହଲି

Latestly

ମୋହାଲି: ସାରା ବିଶ୍ବରେ ବିରାଟ କୋହଲିଙ୍କ ଅନେକ ପ୍ରଶଂସକ ରହିଛନ୍ତି। ସେ ବି ନିଜର ଭାବଭଙ୍ଗୀ ବଳରେ ସମସ୍ତଙ୍କ ହୃଦୟ ଜିତିନିଅନ୍ତି।‌ ଯାହାର ବଳିଷ୍ଠ ନମୁନା ମୋହାଲି ଟେଷ୍ଟ୍‌ରେ ଦେଖିବାକୁ ମିଳିଥିଲା। କୋହଲି ଏଠାରେ ନିଜ ୧୦୦ତମ ଟେଷ୍ଟ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ବଡ଼ ସ୍କୋର୍‌ କରିବାରେ ବିଫଳ ହୋଇଥିବା ଏହି ବ୍ୟାଟର୍‌ କିନ୍ତୁ ତାଙ୍କ ଦିବ୍ୟାଙ୍ଗ ପ୍ରଶଂସକ ଧରମବୀର ପାଲଙ୍କୁ ଏକ ଟି-ସାର୍ଟ ଉପହାର ଦେଇ ପ୍ରଶଂସକଙ୍କ ମନ କିଣିଛନ୍ତି। ଧରମବୀର ହେଉଛି ଭାରତୀୟ ଦଳର ଅଣଆନୁଷ୍ଠାନିକ ଦ୍ବାଦଶ ଖେଳାଳି। ଭାରତର ପ୍ରତ୍ୟେକ ମ୍ୟାଚ୍‌ରେ ତାଙ୍କୁ ଦେଖିବାକୁ ମିଳିଥାଏ। କୋହଲି ଦଳୀୟ ‌ବସ୍‌ରେ ଫେରୁଥିବା ବେଳେ ଧରମବୀରଙ୍କୁ ଟି-ସାର୍ଟ ଉପହାର ଦେଉଥିବାର ଏହି ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଧରମବୀର ଏହି ଭିଡିଓକୁ ଟ୍ବିଟ୍‌ କରିବା ସହ ଏହା ଶିରୋନାମାରେ ଲେଖିଛନ୍ତି, ‘ୱା, ଏହା ମୋ ଜୀବନର ଶ୍ରେଷ୍ଠତମ ଦିନ, କୋହଲି ତାଙ୍କ ୧୦୦ତମ ଟେଷ୍ଟ୍‌ ମ୍ୟାଚ୍‌ରେ ମୋତେ ଟି-ସାର୍ଟ ଉପହାର ଦେଇଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe