ଧୋନିଙ୍କ ଅପେକ୍ଷା କୋହଲି ଦ୍ରୁତ ବୋଲରଙ୍କ ଉପରେ ଅଧିକ ଭରସା ଦେଖାଇଛନ୍ତି: ଅଗରକର

Advertisment
ଅଗରକର ଦିଲ୍ଲୀ କ୍ୟାପିଟାଲ୍‌ସର ସହକାରୀ ପ୍ରଶିକ୍ଷକ

Hindustan Times

ମୁମ୍ବାଇ: ଧୋନି ସ୍ପିନରଙ୍କ ଉପରେ ଅଧିକ ନିର୍ଭରଶୀଳ ଥିଲେ। କୋହଲି କିନ୍ତୁ ଦ୍ରୁତ ବୋଲରଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର। ଏହା ମଧ୍ୟ ଏହି ଦୁଇ ସଫଳ ଅଧିନାୟକଙ୍କ ନେତୃତ୍ବ ଶୈଳୀର ଅନ୍ୟତମ ଫରକ ବୋଲି ସେ ଆକଳନ କରିଛନ୍ତି। ଧୋନିଙ୍କ ନେତୃତ୍ବରେ ଭାରତ ତିନିଟି ଆଇସିସି ଟ୍ରଫି ଜିତିଥିଲା ବେଳେ କୋହଲିଙ୍କ ଅଧିନାୟକତ୍ବରେ ଅଷ୍ଟ୍ରେଲିଆରେ ଟେଷ୍ଟ୍ ଶୃଙ୍ଖଳା ଜିତିବାରେ ଏସିଆର ପ୍ରଥମ ଦଳ ହୋଇପାରିଛି।

ତେବେ କୋହଲିଙ୍କ ପାଇଁ ଭାରତୀୟ ଦ୍ରୁତ ବୋଲିଂ ବାହିନୀ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲିଂ ବାହିନୀ ହୋଇପାରିଛି ବୋଲି ଅଗରକର ମତ ଦେଇଛନ୍ତି। କୋହଲିଙ୍କୁ ପ୍ରଶଂସା କରି ସେ ଆହୁରି କହିଛନ୍ତି ଯେ ଏହି କାରଣରୁ ଭାରତ ବିଦେଶ ମାଟିରେ ଅଧିକ ସଫଳତା ପାଉଛି। ଦଳର ସଫଳତାରେ ଏହା ପ୍ରମୁଖ ଭୂମିକା ତୁଲାଉଛି। ଆମ ପ୍ରଦର୍ଶନ ପୂର୍ବାପେକ୍ଷା ଭଲ ହେଉଛି ଏବଂ ଆମ ପ୍ରତିଦ୍ବନ୍ଦ୍ବିତାର ସ୍ତର ମଧ୍ୟ ବଢ଼ିଛି। କୋହଲି ଦୀର୍ଘଦିନ ହେବ ତିନିଟି ଯାକ ଫର୍ମାଟରେ ଭାରତର ଅଧିନାୟକ ଅଛନ୍ତି। ଖେଳାଳିଙ୍କ ଉପରେ ସେ ଦେଖାଉଥିବା ଭରସାର ଫଳ ମଧ୍ୟ ଆମେ ପାଉଛେ। ପ୍ରକ୍ରିୟା କିଛିଟା ଭିନ୍ନ ହୋଇପାରେ। ଦଳର ପ୍ରଦର୍ଶନରେ କିନ୍ତୁ ନିଶ୍ଚିତ ଭାବେ ଉନ୍ନତି ପରିଲକ୍ଷିତ ହୋଇଛି। ଆସନ୍ତା ଅଷ୍ଟ୍ରେଲିଆ ଗସ୍ତରେ ଦ୍ରୁତ ବୋଲିଂ ହିଁ ଭାରତର ପ୍ରମୁଖ ଅସ୍ତ୍ର ହେବ ବୋଲି ଅଗରକର ଭବିଷ୍ୟବାଣୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe