‘‘କୋହଲି ଫର୍ମ ହରାଇନାହାନ୍ତି, ଭାଗ୍ୟ ସାଥୀରେ ନାହିଁ’’

‘‘କୋହଲି ଫର୍ମ ହରାଇନାହାନ୍ତି, ଭାଗ୍ୟ ସାଥୀରେ ନାହିଁ’’

ESPN

ନୂଆଦିଲ୍ଲୀ : ବେଶ୍‌ କିଛି ବର୍ଷ ହେବ ବିରାଟ କୋହଲିଙ୍କ ବ୍ୟାଟ ଶାନ୍ତ ରହିଛି। ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ରନ୍‌ ପାଇଁ ସଂଘର୍ଷ କରିଛନ୍ତି। ଚଳିତ ଆଇପିଏଲ୍‌ ପୂର୍ବରୁ ଗତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୩ ମ୍ୟାଚ୍‌ରୁ ମୋଟ ୨୬ ରନ୍‌ (୮, ୧୮, ୦) କରିଥିଲେ। ୨୦୨୨ରେ ସେ ଖେଳିଥିବା ୬ ଦିନିକିଆରୁ ୧୪୨ ରନ୍‌ ସଂଗ୍ରହ କରିଛନ୍ତି ଯାହାର ହାରାହାରି ହେଉଛି ୨୩.୬୬। ଅଲଜାରି‌ ଜୋସେଫ୍‌ ପ୍ରଥମ ଓ ତୃତୀୟ ଦିନିକିଆରେ କୋହଲିଙ୍କୁ ଆଉଟ୍ କରିଥିଲେ। ଦ୍ବିତୀୟ ଦିନିକିଆରେ ଓଡେନ୍‌ ସ୍ମିଥ୍‌ଙ୍କ ଶିକାର ହୋଇଥିଲେ। ୨୦୧୯ରେ ୫ ଶତକ ଜମାଇବା ପରଠାରୁ ଏ ପର୍ଯ୍ୟନ୍ତ ଅଢ଼େଇ ବର୍ଷ ମଧ୍ୟରେ ଥରେ ବି ତିନି ଅଙ୍କ ଛୁଇଁନାହାନ୍ତି। ଏସବୁ ସତ୍ତ୍ବେ କିଂବଦନ୍ତି ବ୍ୟାଟର୍‌ ସୁନିଲ ଗାଭାସ୍କର କୋହଲିଙ୍କ ଫର୍ମକୁ ନେଇ ଚିନ୍ତିତ ନୁହନ୍ତି।

କୋହଲି ଏବେ କୌଣସି ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ବୋଲି କୁହାଯାଇପାରିବ ନାହିଁ। କେବଳ ଭାଗ୍ୟ ତାଙ୍କ ସାଥିରେ ରହୁନାହିଁ। ସବୁ ଖେଳାଳିଙ୍କ ବ୍ୟାଟ୍‌ରୁ ଏଜ୍‌ ଯାଏ, କିଛି ହାତଛଡ଼ା ହୁଏ। କୋହଲି ଏଭଳି ସୁଯୋଗରୁ ବଞ୍ଚିତ ରହୁଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଦୁଇଟି ଅର୍ଦ୍ଧଶତକ ଜମାଇବା କଥାକୁ ଭୁଲିଯିବା ଉଚିତ୍ ନୁହେଁ ବୋଲି ଗାଭାସ୍କର ମତ ଦେଇଛନ୍ତି। ଦ୍ବିତୀୟ ଦିନିକିଆରେ ଓଡେନ୍‌ ସ୍ମିଥ୍ ଚମତ୍କାର ବୋଲିଂ କରି କୋହଲିଙ୍କ ୱିକେଟ୍ ନେଇଥିଲେ ବୋଲି ପୂର୍ବତନ ୱେଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର ଇଆନ୍ ବିଶପ ମଧ୍ୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe