CNN International
ଦୁବାଇ : ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତର ତାରକା ବ୍ୟାଟର୍ ବିରାଟ କୋହଲିଙ୍କୁ ଅକ୍ଟୋବର ମାସର ଶ୍ରେଷ୍ଠ ଆଇସିସି ଖେଳାଳି ପୁରସ୍କାର ମିଳିଛି। ଅକ୍ଟୋବରରେ କୋହଲି ୨୦୫ ରନ୍ ସ୍କୋର୍ କରିବା ସହ ନେଦରଲାଣ୍ଡ୍ସ ଓ ପାକିସ୍ତାନ ବିପକ୍ଷରେ ଅର୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।
ଏହି ପୁରସ୍କାର ଦୌଡ଼ରେ ଥିବା ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଏବଂ ଜିମ୍ବାୱେର ସିକନ୍ଦର ରାଜାଙ୍କୁ ପଛରେ ପକାଇ କୋହଲି ପ୍ରଥମ ଥର ଆଇସିସି ମାସିକିଆ ଶ୍ରେଷ୍ଠ ଖେଳାଳି ପୁରସ୍କାର କରାୟତ୍ତ କରିଥିଲେ। ମହିଳା ବିଭାଗରେ ପାକିସ୍ତାନର ଭେଟେରାନ ଅଲ୍ରାଉଣ୍ଡର ନିଦା ଦର୍ ଏହି ପୁରସ୍କାର ଜିତିଛନ୍ତି। ଏସୀଆ କପ୍ରେ ତାଙ୍କର ଦମ୍ଦାର ପ୍ରଦର୍ଶନ ତାଙ୍କୁ ଏହି ପୁରସ୍କାର ପାଇବାରେ ସହାୟକ ହୋଇଛି। ଦୁଇ ଭାରତୀୟ ଜେମିମା ରୋଡ୍ରିଗୁଏଜ ଓ ଦୀପ୍ତି ଶର୍ମାଙ୍କୁ ପଛରେ ପକାଇ ଦର୍ ଏହି ପୁରସ୍କାର ଜିତିଥିଲେ।
Follow Us