ଦୁବାଇ: ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଖୁବ୍ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଆଇପିଏଲ୍-୧୩ ଆରମ୍ଭ ହେବାର ଠିକ୍ ପୂର୍ବରୁ ହିଁ କୋହଲି ଏହି ଶୁଭଖବର ପ୍ରଶଂସକଙ୍କ ସହ ବାଣ୍ଟିଥିଲେ। ସେବେଠୁ ଅନୁଷ୍କା ଗର୍ଭବତୀ ଥିବାର ଅନେକ ଆକର୍ଷଣୀୟ ଫଟୋ ଇନଷ୍ଟାଗ୍ରାମରେ ପ୍ରକାଶ କରି ଆସୁଛନ୍ତି। ଯାହାକୁ ପ୍ରଶଂସକ ବେଶ୍ ପସନ୍ଦ କରୁଥିଲା ବେଳେ ନିଜେ କୋହଲି ମଧ୍ୟ ଖୋଲା ପ୍ରଶଂସା କରିଛନ୍ତି। ରବିବାର ଅନୁଷ୍କା ନିଜର ଏକ କଳା ଧଳା ଫଟୋ ଛାଡ଼ିଥିଲେ। ଏଥିରେ ଅନୁଷ୍କା ଧଳା ସାର୍ଟ ପିନ୍ଧି କ୍ୟାମେରାକୁ ଦେଖୁଥିଲା ବେଳେ ତାଙ୍କ କଳା ମଚମଚ କେଶ ଉଡ଼ି ମୁହଁରେ ପଡ଼ିଛି। ଏହି ଫଟୋଟି ତଳେ ଅନୁଷ୍କା କେବଳ କଳା ଧଳାର ହୃଦୟ ଚିତ୍ର ଦେଇଥିଲେ। ଫଟୋଟି ଇନଷ୍ଟାଗ୍ରାମକୁ ଆସିବାର କିଛି ସମୟ ଭିତରେ ହିଁ ଏହାକୁ ଲକ୍ଷାଧିକ ଲାଇକ୍ ମିଳି ଯାଇଛି। କୋହଲି ମଧ୍ୟ ଫଟୋଟିକୁ ଲାଇକ୍ ଦେଇଥିବା ଦେଖିବାକୁ ମିଳିଛି।
କୋହଲିଙ୍କୁ ପସନ୍ଦ ଅନୁଷ୍କାଙ୍କ କଳାଧଳା ରୂପ
Advertisment
Follow Us