ଧୋନିଙ୍କୁ ଟପିଲେ କୋହଲି, ସର୍ବାଧିକ ଟେଷ୍ଟ୍‌ରେ ନେତୃତ୍ବ ନେବାରେ ପ୍ରଥମ ଭାରତୀୟ

ଅଧିନାୟକ ପଦ ଛାଡ଼ିବାକୁ କୋହଲିଙ୍କୁ ଶାସ୍ତ୍ରୀ ପରାମର୍ଶ ଦେଇଥିଲେ

Image Courtesy of WION

ସାଉଥମ୍ପଟନ୍‌: ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ମ୍ୟାଚ୍‌ ପାଇଁ ଶନିବାର ଏଜିସ୍‌ ବାଉଲ୍‌ ଷ୍ଟାଡିୟମ୍‌କୁ ଟସ୍‌ ପକାଇବା ପାଇଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ସହ ଆସିବା ମାତ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ସର୍ବାଧିକ ଟେଷ୍ଟ୍‌ରେ ଭାରତର ନେତୃତ୍ବ ନେବାରେ ସେ ଏହି ଅବସରରେ ମହେନ୍ଦ୍ର ସିଂହ ଧୋନିଙ୍କ କୀର୍ତ୍ତିମାନକୁ ଟପିଯାଇଥିଲେ। ଧୋନି ଅବସର ନେବା ପୂର୍ବରୁ ୬୦ ଟେଷ୍ଟ୍‌ରେ ଭାରତର ନେତୃତ୍ବ ନେଇଥିଲେ। ହେଲେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଫାଇନାଲ୍‌କୁ ଓହ୍ଲାଇବା ପରେ କୋହଲି ୬୧ତମ ଟେଷ୍ଟ୍‌ରେ ଭାରତର ନେତୃତ୍ବ ନେଇଛନ୍ତି। ଏହା ଏବେ କୋହଲିଙ୍କ ପାଇଁ ନୂଆ କୀର୍ତ୍ତିମାନ ହୋଇଯାଇଛି। କେବଳ ସେତିକି ନୁହେଁ କୋହଲି ମଧ୍ୟ କୌଣସି ଏସୀୟ ଦେଶ ପାଇଁ ସବୁଠୁ ଅଧିକ ଟେଷ୍ଟ୍‌ରେ ନେତୃତ୍ବ ନେବାରେ ଶ୍ରୀଲଙ୍କାର ଅର୍ଜୁନ ରଣତୁଙ୍ଗା ଏବଂ ପାକିସ୍ତାନର ମିସ୍‌ବା ଉଲ୍‌ ହକ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଉଭୟ ରଣତୁଙ୍ଗା ଓ ମିସ୍‌ବା ନିଜ ନିଜ ଜାତୀୟ ଦଳ ପାଇଁ ୫୬ ଲେଖାଏଁ ଟେଷ୍ଟ୍‌ରେ ନେତୃତ୍ବ ନେଇଥିଲେ।

ତେବେ ଦକ୍ଷିଣ ଆଫ୍ରିକାର ଗ୍ରେମ୍‌ ସ୍ମିଥ୍‌ଙ୍କ ନାମରେ ଟେଷ୍ଟ୍‌ ଇତିହାସରେ ସବୁଠୁ ଅଧିକ ମ୍ୟାଚ୍‌ରେ ନେତୃତ୍ବ ନେବାର ବିଶ୍ବ କୀର୍ତ୍ତିମାନ ରହିଛି। ସେ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ୧୦୯ ଟେଷ୍ଟ୍‌ରେ ନେତୃତ୍ବ ନେଇଥିଲେ। ସେ ଏକମାତ୍ର ଖେଳାଳି ଯିଏକି ୧୦୦ରୁ ଅଧିକ ଟେଷ୍ଟ୍‌ରେ ଅଧିନାୟକ ରହିଥିଲେ। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଆଲାନ୍‌ ବର୍ଡର (୯୩) ଦ୍ବିତୀୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe