ପୁରୁଣା ଫୋନ୍‌ର ଅଦରକାରୀ ସାମଗ୍ରୀରେ ପ୍ରଶଂସକ ପ୍ରସ୍ତୁତ କଲେ କୋହଲିଙ୍କ ତୈଳଚିତ୍ର

Advertisment
ପୁରୁଣା ଫୋନ୍‌ର ଅଦରକାରୀ ସାମଗ୍ରୀରେ ପ୍ରଶଂସକ ପ୍ରସ୍ତୁତ କଲେ କୋହଲିଙ୍କ ତୈଳଚିତ୍ର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଲୋକପ୍ରିୟ ଅଧିନାୟକ ବିରାଟ କୋହଲିଙ୍କର ସାରା ବିଶ୍ବରେ କୋଟି କୋଟି ପ୍ରଶଂସକ ଅଛନ୍ତି। କୋହଲିଙ୍କ ପ୍ରତି ଥିବା ଭଲ ପାଇବା ଏବଂ ତାଙ୍କୁ ସମ୍ମାନ ଦର୍ଶାଇବାକୁ ଯାଇ ଏହି ପ୍ରଶଂସକମାନେ ଅନେକ ନିଆରା କାମ କରିବାର ବହୁ ଉଦାହରଣ ରହିଛି। ଏହି କ୍ରମରେ ଏବେ ଗୁଆହାଟୀର ରାହୁଲ ନାମକ ଜଣେ ୧୯ ବର୍ଷୀୟ ଯୁବକ ସାମିଲ ହୋଇଛନ୍ତି। ରାହୁଲ ପୁରୁଣା ମୋବାଇଲର ବିଭିନ୍ନ ଅଦରକାରୀ ସାମଗ୍ରୀ ଏବଂ ତାର ବ୍ୟବହାର କରି କୋହଲିଙ୍କର ଏକ ତୈଳଚିତ୍ର ପ୍ରସ୍ତୁତ କରିଛନ୍ତି। ଯାହାକୁ କୋହଲି ମଧ୍ୟ ବେଶ୍ ପସନ୍ଦ କରିଛନ୍ତି।

ବିସିସିଆଇ ମଧ୍ୟ ରାହୁଲଙ୍କ ତୈଳଚିତ୍ରକୁ କିଭଳି ଭାବେ ପ୍ରସ୍ତୁତ କରିଛନ୍ତି, ତାର ସବିଶେଷ ସୂଚନା ଦେଉଥିବାର ଭିଡିଓକୁ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛି। ଏହି ତୈଳଚିତ୍ର ପ୍ରସ୍ତୁତ କରିବାକୁ ତାଙ୍କୁ ତିନି ଦିନ ଏବଂ ତିନି ରାତି ଲାଗିଥିବା ସେ ସୂଚନା ଦେଇଛନ୍ତି। ଗୁହାହାଟୀ ଟ୍ବେଣ୍ଟି-୨୦ ଅବସରରେ ରାହୁଲ ଏହି ଅନନ୍ୟ ତୈଳଚିତ୍ରକୁ କୋହଲିଙ୍କୁ ଉପହାର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe