ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ୩ ତାରକା ଖେଳାଳି ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ, ଅଜିଙ୍କ୍ୟ ରାହାଣେ ଏବଂ ଦ୍ରୁତ ବୋଲର ଈଶାନ୍ତ ଶର୍ମା ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ବିରାଟ କୋହଲି ଏହି ଅବସରରେ ଜନସାଧାରଣଙ୍କୁ ଯଥାଶୀଘ୍ର ଟିକା ନେବାକୁ ଅନୁରୋଧ କରିଛନ୍ତି। ଈଶାନ୍ତ ଶର୍ମା ଫେସ୍ ସିଲ୍ଡ ପରିଧାନ କରି ପ୍ରଥମ ଡୋଜ୍ ନେବା ପରେ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଟିକାକରଣର ସୁପରିଚାଳନା ପାଇଁ ଧନ୍ୟବାଦ ଜଣାଇଛନ୍ତି। ରାହାଣେ କିନ୍ତୁ ନିଜ ପରିବାର ସହ ଟିକା ନେବା ପରେ ଏହାକ ସାମାଜିକ ଗଣମାଧ୍ୟମରେ ଛାଡ଼ି ଅନ୍ୟମାନଙ୍କୁ ଉତ୍ସାହିତ କରିଛନ୍ତି।
ଟିକା ନେଲେ କୋହଲି, ରାହାଣେ, ଈଶାନ୍ତ
Advertisment
Follow Us