ଆଇପିଏଲ୍‌ରୁ କୋହଲି ଓହରିଯିବା ଉଚିତ: ଶାସ୍ତ୍ରୀ

Advertisment
ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତ ପ୍ରଥମ ଦାବିଦାର: ଶାସ୍ତ୍ରୀ

Hindustan Times

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଏକଦା ବିଶ୍ବ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ବ୍ୟାଟର୍‌ର ମାନ୍ୟତା ଲାଭ କରିଥିବା ବିରାଟ କୋହଲିଙ୍କ ଲଗାତାର ବିଫଳତା କେବଳ ତାଙ୍କ ପ୍ରଶଂସକଙ୍କୁ ନୁହେଁ ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ମଧ୍ୟ ବ୍ୟଥିତ କରିଛି। ଏପରିକି କୋହଲିଙ୍କ ଅନ୍ତର୍ଜାତୀୟ ଖେଳ ଜୀବନକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ଶାସ୍ତ୍ରୀ। ବୁଧବାର ଦେଇଥିବା ଏକ ସାକ୍ଷାତକାର ଅବସରେ ସେ କହିଛନ୍ତି ଯେ ସେ (କୋହଲି) ଲଗାତାର କ୍ରିକେଟ୍ ଖେଳି ଚାଲିଛନ୍ତି। ତିନିଟିଯାକ ଫର୍ମାଟ୍‌ରେ ଭାରତୀୟ ଦଳର ନେତୃତ୍ବ ନେଉଥିଲେ।

ଏଣୁ କିଛି ସମୟ କ୍ରିକେଟ୍‌ରୁ ବିଶ୍ରାମ ନେବା ତାଙ୍କ ପାଇଁ ବିଜ୍ଞତାର ପରିଚୟ ହେବ। କେବେ କେବେ ଆପଣଙ୍କୁ ସନ୍ତୁଳନ ରକ୍ଷା କରିବାକୁ ପଡ଼ିଥାଏ। ଏଣୁ କୋହଲି ଯଦି ଆଉ ୬-୭ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଚାହୁଛନ୍ତି, ତାହେଲେ ଆଇପିଏଲ୍‌ରୁ ଓହରି ଯା‌ଆନ୍ତୁ। କେବଳ କୋହଲି ନୁହନ୍ତି, ସମସ୍ତ ଖେଳାଳିଙ୍କୁ ମୁଁ ଏହି ପରାମର୍ଶ ଦେବାକୁ ଚାହିଁବି। ଭାରତ ପାଇଁ ଲମ୍ବା ଅବଧି ପର୍ଯ୍ୟନ୍ତ ଖେଳିବାକୁ ହେଲେ ଆପଣଙ୍କୁ ନିଜେ ନିଜର ସୀମା ନିର୍ଦ୍ଧାରଣ କରିବାକୁ ପଡ଼ିବ। ମଝିରେ ମଝିରେ କ୍ରିକେଟ୍‌ରୁ ଦୂରେଇ ଶରୀର ଏବଂ ମନକୁ ସତେଜ ରଖିବାକୁ ହେବ ବୋଲି ଶାସ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe