ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀ କୋହଲିଙ୍କ ବଡ଼ ପ୍ରଶଂସକ

Advertisment
ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀ କୋହଲିଙ୍କ ବଡ଼ ପ୍ରଶଂସକ

ଲଣ୍ଡନ: ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତ ଭିତରେ ସୀମିତ ନାହାନ୍ତି। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଏପରିକି ପାକିସ୍ତାନ କ୍ରିକେଟ୍ ଦଳର ଦ୍ରୁତ ବୋଲର ହାସନ ଅଲ୍ଲୀଙ୍କ ପତ୍ନୀ ସମିମା ଆରଜୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କର ଜଣେ ବହୁତ ବଡ଼ ପ୍ରଶଂସକ। କୋହଲିଙ୍କୁ ସେ ନିଜର ସବୁଠାରୁ ପ୍ରିୟ ଅଧିନାୟକ ଭାବେ ବର୍ଣ୍ଣନା କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଭାବ ଦିଆନିଆ ଅଧିବେସନରେ ଯୋଗଦେଇ ଆରଜୁ ଏକଥା ଉଜାଗର କରିଥିଲେ। ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ଆପଣଙ୍କର ପସନ୍ଦର ବ୍ୟାଟ୍ସମ୍ୟାନ୍ କିଏ?

ଏହି ପ୍ରଶ୍ନର ଉତ୍ତର ଦେଲା ବେଳେ ଆରଜୁ କୋହଲିଙ୍କ ନାଁ ନେଇଥିଲେ। ସେହିଭଳି ନିଜ ପତି ହାସନଙ୍କୁ ପସନ୍ଦର ବୋଲର ଭାବେ ବାଛିଥିଲେ। ଆରଜୁ ଓ ହାସନ ୨୦୧୯ ମସିହାରେ ଦୁବାଇରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆରଜୁ ହେଉଛନ୍ତି ହରିଆଣାର ମୂଳ ବାସିନ୍ଦା। ସେ ମଧ୍ୟ ଜଣେ ଭାରତୀୟ ନାଗରିକ। ଏମିରେଟ୍ସ ଏୟାର ଲାଇନ୍ସରେ ସେ ଜଣେ ଫ୍ଲାଇଟ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ତାଙ୍କ ପରିବାର ଦିଲ୍ଲୀରେ ରୁହନ୍ତି। ଦୁଇବର୍ଷ ତଳେ ହାସନଙ୍କ ସହ ଭେଟ ହୋଇଥିଲା ତାଙ୍କର। ସେବେଠାରୁ ଦୁହେଁ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe