The Indian Express
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି କିଛି ଦିନ ତଳେ ଟି-୨୦ ଅଧିନାୟକ ପଦ ଛାଡ଼ିବା ଘୋଷଣା କରିଥିଲେ। ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ସେ ଏହି ପଦ ତ୍ୟାଗ କରିବେ। ଏଥି ସହିତ ଚଳିତ ଆଇପିଏଲ୍ ଋତୁ ପରେ ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଧିନାୟକ ପଦରୁ ଓହରି ଯିବାକୁ ମଧ୍ୟ ରବିବାର ଘୋଷଣା କରିଛନ୍ତି। ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ବିଷୟରେ ଏକ ଭିଡିଓ ବାର୍ତ୍ତା ନିଜ ଟ୍ବିଟର୍ ପୃଷ୍ଠାରେ ପୋଷ୍ଟ କରିଛନ୍ତି। ‘‘ଆର୍ସିବିର ଅଧିନାୟକ ଭାବେ ଏହାର ମୋର ଶେଷ ଆଇପିଏଲ୍। ମୁଁ ମୋର ଶେଷ ଆଇପିଏଲ୍ ମ୍ୟାଚ୍ ପର୍ଯ୍ୟନ୍ତ ଆର୍ସିବିରେ ଜଣେ ଖେଲାଳି ଭାବେ ରହିବି। ମୋତେ ବିଶ୍ବାସ ଏବଂ ସହଯୋଗ କରିଥିବାରୁ ଆର୍ସିବିର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ’’ ବୋଲି ଏହି ଭିଡିଓ ବାର୍ତ୍ତାରେ ସେ କହିଛନ୍ତି। ଆଇପିଏଲ୍ରେ କୋହଲି ୧୯୯ ମ୍ୟାଚ୍ ଖେଳି ୩୭.୯୮ ହାରାହାରି ଓ ୧୩୦.୪୧ ଷ୍ଟ୍ରାଇକରେଟ୍ ସହ ୬୦୭୬ ରନ୍ କରିଛନ୍ତି। ଏଥିରେ ୫ ଶତକ ଏବଂ ୪୦ ଅର୍ଦ୍ଧଶତକ ରହିଛି। ସେ ୧୩୨ ମ୍ୟାଚ୍ରେ ନେତୃତ୍ବ ନେଇଥିଲା ବେଳେ ୬୦ ବିଜୟ, ୬୫ ପରାଜୟ. ୩ ଟାଇ ଏବଂ ୪ ନିଷ୍ଫଳ ହୋଇଛି। ତାଙ୍କ ସଫଳତା ପ୍ରତିଶତ ୪୮.୦୨ ରହିଛି।
Follow Us