ଏସିଆ କପ୍‌ରେ ଫେରିବେ କୋହଲି

Advertisment
କୋହଲି ଅକ୍ଟୋବରର ଶ୍ରେଷ୍ଠ ଖେଳାଳି

CNN International

ମୁମ୍ବାଇ : ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବିଶ୍ରାମ ନେବା ପରେ ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ବୋଲି ଆଶା କରାଯାଉଥିଲା। ହେଲେ ଜିମ୍ବାୱେ ବିପକ୍ଷ ଶୃଙ୍ଖଳା ପାଇଁ ଘୋ‌ଷିତ ଭାରତୀୟ ଦଳରେ ସେ ଯେତେବେଳେ ସ୍ଥାନ ପାଇଲେ ନାହିଁ, ସେବେଠାରୁ କୋହଲି କେବେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ? ଏହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଏକଦା ବିଶ୍ବ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବୋଲାଉଥିବା କୋହଲିଙ୍କୁ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ମହତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।

ଚଳିତବର୍ଷର ଏସିଆ କପ୍‌ରେ ହିଁ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ବୋଲି ସଂପୃକ୍ତ ଅଧିକାରୀଜଣକ ସୂଚନା ଦେଇଛନ୍ତି। ‘‘ବିରାଟ ଏଥିନେଇ ଚୟନକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏସିଆ କପ୍ ପରଠାରୁ ସେ ଚୟନ ପାଇଁ ଉପଲବ୍ଧ ହେବେ। ଏସିଆ କପ୍‌ ପରଠାରୁ ବଡ଼ ଖେଳାଳିଙ୍କୁ ଖୁବକମ୍ ବିଶ୍ରାମ ମିଳିବ। ଏଣୁ କୋହଲିଙ୍କୁ ବିସିସିଆଇ ଇଂଲଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ରୁ ଏସିଆ କପ୍‌ ପର୍ଯ୍ୟନ୍ତ ପାଖାପାଖି ୪୧ ଦିନର ଲମ୍ବା ସମୟ ଛୁଟି କଟାଇବାକୁ ଛାଡ଼ି ଦେଇଛି।’’ ବୋଲି କହିଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe