ୱାଇଡ୍ ବଲ୍‌ ବିବାଦ ପରେ ନିୟମ ବଦଳାଇବାକୁ କୋହଲିଙ୍କ ପରାମର୍ଶ

୧୦୦ ମିଟର ଛକା ପାଇଁ ଅତିରିକ୍ତ ରନ୍ ଦାବି କଲେ ରାହୁଲ

ୱାଇଡ୍ ବଲ୍‌ ବିବାଦ ପରେ ନିୟମ ବଦଳାଇବାକୁ କୋହଲିଙ୍କ ପରାମର୍ଶ

Indore: Indian cricket captain Virat Kohli gestures during a press conference on the eve of first Test match against Bangladesh, in Indore, Wednesday, Nov 13, 2019. PTI Photo/Kamal Kishore) (PTI11_13_2019_000038B)

ଦୁବାଇ: ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ୱାଇଡ୍ ବଲ୍ ବିବାଦ ସୃଷ୍ଟି ହେବା ପରେ ଟ୍ବେଣ୍ଟି-୨୦ କ୍ରି‌କେଟ୍‌ରେ ନୂଆ ନିୟମ ଲାଗୁ କରିବାକୁ ଆର୍‌ସିବି ଅଧିନାୟକ ବିରାଟ ‌କୋହଲି ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ ଅଧିନାୟକମାନଙ୍କୁ ୱାଇଡ୍ ବଲ୍ ଓ ଅଣ୍ଟା ଉଚ୍ଚ ନୋ’ ବଲ୍ ପାଇଁ ରିଭ୍ୟୁ କରିବାର ସୁଯୋଗ ମିଳୁ ବୋଲି ସେ ଦାବି କରିଛନ୍ତି। ଲୋକେଶ ରାହୁଲଙ୍କ ସହ ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ଯୋଗଦେଲା ବେଳେ କୋହଲିଙ୍କୁ ଯେ‌ତେବେଳେ ପଚାରା ଯାଇଥିଲା ଯେ ଆପଣ ଟ୍ବେଣ୍ଟି-୨୦ କ୍ରିକେଟ୍‌ର କେଉଁ ଗୋଟିଏ ନିୟମ ବଦଳାଇବାକୁ ଚାହିଁବେ? ସେ କହିଥି‌ଲେ ‘‘ଜଣେ ଅଧିନାୟକ ଭାବେ, ୱାଇଡ୍ ଓ ଅଣ୍ଟା ଉଚ୍ଚ ଫୁଲଟସ୍ ବଲ୍‌ର ରିଭ୍ୟୁ ଅଧିକାର ପାଇବାକୁ ମୁଁ ଚାହିଁବି। କାରଣ ଆମେ ଏକଥା‌ ପାରମ୍ପରିକ ଭାବେ ଦେଖି ଆସୁଛେ ଯେ ଆଇପିଏଲ୍ ଭଳି ବଡ଼ ଓ ମର୍ଯାଦାସଂପନ୍ନ ପ୍ରତିଯୋଗିତାରେ ଏହିଭଳି ଛୋଟ ଛୋଟ କଥା ମଧ୍ୟ ବହୁ ଗୁରୁତ୍ବ ବହନ କରିଥାଏ। ଯଦି ଆପଣ ମାତ୍ର ଗୋଟିଏ ରନ୍‌ରେ ମ୍ୟାଚ୍ ହାରନ୍ତି ଏବଂ ଏଭଳି କଥାର ରିଭ୍ୟୁ ଅଧିକାର ନପାଆନ୍ତି, ତାହାଲେ ଶେଷରେ ଏହା ବହୁତ ବଡ଼ ପାର୍ଥକ୍ୟ ହୋଇଥାଏ।

୧୦୦ ମିଟର ଛକା ପାଇଁ ଅତିରିକ୍ତ ରନ୍ ଦାବି କଲେ ରାହୁଲ
ଏହି ଅବସରରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ‌କେଏଲ୍ ରାହୁଲ ମଧ୍ୟ ନିଜ ମନ କଥା ଖୋଲି କହିଥିଲେ। ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଯଦି କେହି ୧୦୦ ମିଟରରୁ ଅଧିକ ଦୂରତାକୁ ଛକା ମାରନ୍ତି, ତାହାଲେ ତାଙ୍କୁ ଅତିରିକ୍ତ ରନ୍ ମିଳିବା ଉଚିତ ବୋଲି ସେ ଦାବି କରିଥିଲେ। ଏକଥା‌ ଶୁଣିବା ପରେ ଏହି ବିଷୟରେ ନିଜ ବୋଲରମାନଙ୍କ ମାତାମତ ନେବାକୁ କୋହଲି ତାଙ୍କୁ ଥଟ୍ଟା କରିବାକୁ ଯାଇ କହିଥିଲେ। କାରଣ ଚଳିତ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବୋଲରମାନେ ପାଣି ଭଳି ରନ୍ ବ୍ୟୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe