ନୂଆଦିଲ୍ଲୀ: ପତ୍ନୀ ଅନୁଷ୍କା ଶର୍ମାଙ୍କ ସଦ୍ୟତମ ଭିଡିଓକୁ ନେଇ ବିରାଟ କୋହଲି ଖୁସି ହୋଇଥିଲେ। କିନ୍ତୁ ଏହି ଭିଡିଓକୁ ଦେଖି ଅଭିନେତା କରଣ ୱାହିଙ୍କ ହସ ଇମୋଜି କୋହଲିଙ୍କ ପାଇଁ ଅସହ୍ୟ ହୋଇଛି। କିଛି ପ୍ରଶଂସକଙ୍କ ସହିତ ଅଭିନେତା କରଣ ୱାହିଙ୍କ ବ୍ୟବହାରରେ କୋହଲି ଖପ୍ପା ହୋଇଛନ୍ତି। କରଣଙ୍କ ହସ ଇମୋଜିକୁ ଦେଖି କୋହଲି ଲେଖିଛନ୍ତି, ‘ତୁଝେ ବଡି ହସି ଆ ରହି ହୈ ସାଲେ’। ଅନୁଷ୍କାଙ୍କ ନୂଆ ଭିଡିଓରେ କୋହଲିଙ୍କୁ ସେ ଡାଇନୋସର୍ ରୂପରେ ଦେଖାଇଥିଲେ।
କରଣଙ୍କ ଉଦ୍ଦେଶ୍ୟରେ କୋହଲିଙ୍କ ଟିପ୍ପଣୀ ପରେ କିନ୍ତୁ ପ୍ରଶଂସକମାନେ ଦୁଇ ଭାଗ ହୋଇଯାଇଛନ୍ତି। ତେବେ କରଣ ଓ ବିରାଟ ପୁରୁଣା ବଂଧୁ। ଉଭୟ ମଧ୍ୟ ଦିଲ୍ଲୀ ୧୯ ବର୍ଷରୁ କମ୍ ଦଳ ପାଇଁ ଏକାଠି ଟ୍ରାଏଲ୍ ଦେଇଥିଲେ। ଅନୁଷ୍କାଙ୍କ ଏହି ଡାଇନୋସର୍ ଭିଡିଓକୁ ୧୯,୦୦୦ରୁ ଊର୍ଧ୍ବ ପସନ୍ଦ କରିଛନ୍ତି। ରଣବୀର ସିଂହ, କାଜଲ ଅଗ୍ରୱାଲ, କର୍ଣ୍ଣେସ (ଅନୁଷ୍କାଙ୍କ ଭାଇ) ମଧ୍ୟ ପସନ୍ଦ କରିଛନ୍ତି। ଅନୁଷ୍କାଙ୍କ ନୂଆ ଫିଲ୍ମ ‘ପାତାଲ ଲୋକ’ ପୃଷ୍ଠଭୂମିରେ ଏଭଳି ଭିଡିଓ କରିଥିଲେ। ଲୋକଙ୍କୁ ସବୁବେଳେ କିଛି ନୂଆ ଦେଖାଇବାକୁ ଏଥିରେ ପ୍ରୟାସ କରାଯାଇଛି ବୋଲି ଅନୁଷ୍କା ମଧ୍ୟ ପ୍ରକାଶ କରିଛନ୍ତି।
Follow Us