କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ କୀର୍ତିମାନ, ୧୫ କୋଟି ଅନୁଗାମୀରେ ପ୍ରଥମ ଏସୀୟ

Advertisment
ପାକିସ୍ତାନ କ୍ରିକେଟ ବୋର୍ଡ ଦ୍ୱାରା ଆୟୋଜିତ କେପିଏଲ ଖେଳିବେ କୋହଲି!

ନୂଆଦିଲ୍ଲୀ : ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ଭାବେ ବିରାଟ କୋହଲିଙ୍କ ଇନ୍‌ଷ୍ଟାଗ୍ରାମ ଅନୁଗାମୀଙ୍କ ସଂଖ୍ୟା ୧୫ କୋଟି ଟପିଯାଇଛି। ସ୍ପୋର୍ଟସ ସେଲିବ୍ରିଟିଙ୍କ ଫଟୋ ବ୍ଲଗିଂ ପ୍ଲାଟଫର୍ମରେ କୋହଲି କିନ୍ତୁ ୧୫ କୋଟି ଅନୁଗାମୀ ମାଇଲଖୁଣ୍ଟ ଛୁଇଁବାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। କ୍ରୀଡ଼ା ତାଲିକାରେ ଫୁଟ୍‌ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲଡୋ ୩୩.୭‌ କୋଟି ସହ ଶୀର୍ଷରେ ରହିଛନ୍ତି। ଲିଓନେଲ ମେସି (୨୬ କୋଟି) ଏବଂ ନେମାର (୧୬ କୋଟି) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ପୂର୍ବରୁ ପ୍ରଥମ ଏସୀୟ ଭାବେ କୋହଲିଙ୍କ ଇନ୍‌ଷ୍ଟାଗ୍ରାମ ଅନୁଗାମୀଙ୍କ ସଂଖ୍ୟା ୭୫ କୋଟି ଅତିକ୍ରମ କରିଥିଲା। ଇନ୍‌ଷ୍ଟାଗ୍ରାମ୍ ବ୍ୟତୀତ ଅନ୍ୟ ସାମାଜିକ ଗଣମାଧ୍ୟମରେ ମଧ୍ୟ କୋହଲିଙ୍କୁ ଅନୁସରଣ କରୁଥିବା ପ୍ରଶଂସକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଟ୍ବିଟରରେ ୪.୩୪ କୋଟି ଏବଂ ଫେସ୍‌ବୁକ୍‌ରେ ୪.୮୦ କୋଟି ଅନୁଗାମୀ ରହିଛନ୍ତି। ନିକଟରେ ମଧ୍ୟ କୋହଲି ବଲିଉଡ୍‌ ତାରକା ଅକ୍ଷୟ କୁମାର ଏବଂ ରଣବୀର ସିଂହଙ୍କୁ ପଛରେ ପକାଇ ଭାରତର ଏକ ନମ୍ବର ମୂଲ୍ୟବାନ ସେଲିବ୍ରିଟି ପାଲଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe