କୋହଲିଙ୍କ ନୂଆ ଆଇପିଏଲ୍‌ ଋତୁ, ନୂଆ ଆହ୍ବାନ

୧୬ତମ ଆଇପିଏଲ୍‌ ମହାସଂଗ୍ରାମ

କୋହଲିଙ୍କ ନୂଆ ଆଇପିଏଲ୍‌ ଋତୁ, ନୂଆ ଆହ୍ବାନ

ମୁମ୍ବାଇ: ଭାରତରେ ସବୁଠୁ ଲୋକପ୍ରିୟ କ୍ରୀଡ଼ା ମହୋତ୍ସବ ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଲା। ଜାତୀୟ ଦଳ ସହିତ କର୍ତ୍ତବ୍ୟ ସମ୍ପାଦନ କରିବା ପରେ ତାରକା ଖେଳାଳିମାନେ ଏବେ ସେମାନଙ୍କ ଫ୍ରାଞ୍ଚାଇଜ ଦଳମାନଙ୍କ ସହିତ ଅଭ୍ୟାସ ପାଇଁ ଯୋଗଦେଲେଣି। କିଛି ଦିନ ତଳେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେଟ୍ସ ଦେଖିବା ପାଇଁ ଏମ୍‌‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ପାଖାପାଖି ୩୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ଏବେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ କୋହଲିଙ୍କ କ୍ରେଜ୍‌ ଦେଖିବାକୁ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଶିବିରରେ ବ୍ୟାଟିଂ ଅଭ୍ୟାସ ପାଇଁ କୋହଲି ଯେତେବେଳେ ପଡ଼ିଆକୁ ଆସିଥିଲେ, ଦର୍ଶକମାନେ ହୋ-ହଲ୍ଲା କରିବା ସହିତ କୋହଲି...କୋହଲି.... କମ୍ପନରେ ତାଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା। ପଡ଼ିଆରେ ସେ ୱାର୍ମ ଅପ୍‌ କରିବା ପରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ପରେ ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ସହିତ ତାଙ୍କର ବାର୍ତ୍ତାଳାପ ଆକର୍ଷଣର ଅନ୍ୟତମ କେନ୍ଦ୍ର ପାଲଟିଥିଲା।

publive-image

ଆଇପିଏଲ୍‌ ଇତିହାସରେ କୋହଲି ଏକମାତ୍ର ଖେଳାଳି ଭାବେ ଏପର୍ଯ୍ୟନ୍ତ ଦଳ ବଦଳାଇ ନାହାନ୍ତି। ୨୦୦୮ରେ ଅନୀଲ କୁମ୍ବଲେଙ୍କ ଅଧିନରେ ଆର୍‌ସିବିରେ ଖେଳିବା ଆରମ୍ଭ କରିଥିଲା ବେଳେ ଏପର୍ଯ୍ୟନ୍ତ ଏହାର ଅଭିଛେଦ୍ୟ ଅଙ୍ଗ ହୋଇ ରହିଯାଇଛନ୍ତି। ଆଇପିଏଲ୍‌ରେ କୋହଲି ୨୨୩ ମ୍ୟାଚ୍‌ ଖେଳିଥିଲା ବେଳେ ୩୬.୨୦ ହାରରେ ମୋଟ୍‌ ୬୬୨୪ ରନ୍‌ କରି ବ୍ୟାଟରଙ୍କ ତାଲିକାରେ ଆଗରେ ଅଛନ୍ତି। ତାଙ୍କର ଆଇପିଏଲ୍‌ ଜୀବନ ମଧ୍ୟରେ ୫ ଶତକ ଓ ୪୪ ଅର୍ଦ୍ଧଶତକ ଦେଖିବାକୁ ମିଳିଛି। ଏବେ ସେ ଦଳର ନେତୃତ୍ବ ନେଉଛନ୍ତି। ହେଲେ ତିନିଥର ଟ୍ରଫି ଜିତିବା ନିକଟତର ହୋଇଥିଲେ ବି ଆର୍‌ସିବି ଉପବିଜେତାରେ ସନ୍ତୁଷ୍ଟ ହୋଇ ରହିଯାଇଛି।

publive-image

ତେବେ ଗତ କିଛି ମାସ ଧରି କୋହଲି ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି-୨୦ରେ ତାଙ୍କ ପୁରୁଣା ଲୟକୁ ଫେରିଥିବାରୁ ଏଥର ଆଇପିଏଲ୍‌ରେ ବି ତାଙ୍କ ବ୍ୟାଟ୍‌ରୁ ବିସ୍ଫୋରଣ ହେବା ଅନୁମାନ କରାଯାଇପାରେ। ବିଶେଷକରି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ କୋହଲି ଏକୁଟିଆ ଲଢେଇ କରି ଭାରତକୁ ଜିତାଇବା ଘଟଣା ଏବେବି ସତେଜ ରହିଛି। ତେଣୁ ଆଇପିଏଲ୍‌ର ଆରମ୍ଭରୁ କୋହଲି ସେଭଳି କିଛି ପ୍ରଦର୍ଶନ ଦୋହରାଇ ଦର୍ଶକଙ୍କ ମନୋରଂଜନ କରିବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ତାଙ୍କ ନେତୃତ୍ବରେ ଭାରତ ଆଇସିସି ଟ୍ରଫି ଜିତିନପାରିବା ଭଳି ଆଇପିଏଲ୍‌ରେ ମଧ୍ୟ ସମାନ ଦୁର୍ଭାଗ୍ୟ ଲାଗି ରହିଥିବାରୁ ପ୍ରଶଂସକମାନେ କୋହଲିଙ୍କୁ ନେଇ ସଂଶୟରେ ରହୁଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe