ଡରହାମ୍‌ ଅଭ୍ୟାସ ମ୍ୟାଚ୍‌ ପାଇଁ କୋହଲି ବାହିନୀର ପ୍ରସ୍ତୁତି

Advertisment
ଡରହାମ୍‌ ଅଭ୍ୟାସ ମ୍ୟାଚ୍‌ ପାଇଁ କୋହଲି ବାହିନୀର ପ୍ରସ୍ତୁତି

ଚେଷ୍ଟର ଲି ଷ୍ଟ୍ରିଟ୍‌ : ଗୋଟିଏ ପଟେ ଶିଖର ଧାୱନ୍‌ଙ୍କ ନେତୃତ୍ବରେ ଭାରତୀୟ ଦଳ ଆସନ୍ତା ୧୮ ତାରିଖରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଯାଉଥିଲା ବେଳେ ଅନ୍ୟପଟେ ଇଂଲଣ୍ଡ ଗସ୍ତରେ ଥିବା ବିରାଟ କୋହଲିଙ୍କ ପ୍ରଥମସ୍ତରୀୟ ଦଳ ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଡର୍‌ହାମ୍‌ରେ କାଉଣ୍ଟି ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ଅଭ୍ୟାସ ମ୍ୟାଚ୍‌ ବିନା ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ। ଭାରତୀୟ କ୍ରିକେଟ୍‌ ବୋର୍ଡ ମଧ୍ୟ ଶୁକ୍ରବାର ଦଳର ୱାର୍ମଅପ୍‌ ସେସନ୍‌ର ଫଟୋ ସେୟାର କରିଛି। ଭାରତୀୟ ଦଳ ଚଳିତ ଗସ୍ତରେ ସେମାନଙ୍କ ପ୍ରସ୍ତୁତି ନିମନ୍ତେ ଘରୋଇ ଭେନ୍ୟୁ ଭାବେ ଏମିରେଟ୍‌ସ ରିଭରସାଇଡ୍‌କୁ ବ୍ୟବହାର କରିଛି। କାଉଣ୍ଟି ଏକାଦଶ ସହିତ ଏହି ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ ଆସନ୍ତା ୨୦ ତାରିଖରୁ ଖେଳାଯିବ। ୱାର୍‌ୱିକ୍‌ସାୟାର ଅଧିନାୟକ ୱିଲ୍‌ ରୋଡ୍‌ସ କାଉଣ୍ଟି ଏକାଦଶର ନେତୃତ୍ବ ନେଉଥିଲା ବେଳେ ନିକଟରେ ଟେଷ୍ଟ୍‌ ପଦାର୍ପଣ କରିଥିବା ଜେମ୍‌ସ ବ୍ରାସି ଓ ଭାରତ ବିପକ୍ଷରେ ୨୦୧୬ରେ ଟେଷ୍ଟ୍‌ ପଦାର୍ପଣ କରିଥିବା ନଟିଂହାମ୍‌ସାୟାର ଓପ୍‌ନର ହାସିବ ହମିଦ୍‌ ଦଳରେ ସାମିଲ ହୋଇଛନ୍ତି।

publive-image

ପନ୍ତ୍‌ଙ୍କୁ ଗାଙ୍ଗୁଲିଙ୍କ ସମର୍ଥନ
ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତରେ ଥିବା ଯୁବ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଋଷଭ ପନ୍ତ୍‌ କରୋନା ପଜିଟିଭ୍‌ ଆସିବା ପରେ ଭାରତୀୟ ଦଳ ଚିନ୍ତା ପ୍ରକଟ କରିଛି। ଏପରିକି ସେ ବିରତି ସମୟରେ ମାସ୍କ ନପିନ୍ଧି ଖୋଲାରେ ବୁଲୁଥିବା ଯୋଗୁଁ କିଛିଟା ସମାଲୋଚନା କରାଯାଇଛି। ହେଲେ ପନ୍ତ୍‌ଙ୍କୁ ଏକ୍ଷେତ୍ରରେ ଦୃଢ଼ ସମର୍ଥନ ଜଣାଇଛନ୍ତି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି। ଗତମାସରେ ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯାଇଥିବା ୟୁରୋ କପ୍‌ ମ୍ୟାଚ୍‌ ବେଳେ ପନ୍ତ୍‌ ୱିମ୍ବଲେ ଷ୍ଟାଡିୟମ୍‌ରେ ବିନା ମାସ୍କରେ ଦେଖାଯାଇଥିଲେ। ତେବେ ସବୁ ସମୟରେ ମାସ୍କ ପିନ୍ଧିବା ସମ୍ଭବ ନୁହେଁ ବୋଲି ଗାଙ୍ଗୁଲି ସ୍ପଷ୍ଟ କରିବା ସହିତ ପନ୍ତ୍‌ଙ୍କୁ ସମର୍ଥନ ଦେଇଛନ୍ତି। ଆମେ ଇଂଲଣ୍ଡରେ ୟୁରୋ କପ୍‌ ପ୍ରତିଯୋଗିତା ଏବଂ ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତା ଷ୍ଟାଡିୟମ୍‌ରେ ଉପଭୋଗ କରିଥିଲୁ। ଉଭୟ ଷ୍ଟାଡିୟମ୍‌କୁ ଦର୍ଶକଙ୍କୁ ଅନୁମତି ଦେବା ପାଇଁ ନିୟମରେ ପରିବର୍ତନ କରାଯାଇଥିଲା। ସେହି ସମୟରେ ଭାରତୀୟ କ୍ରିକେଟର୍‌ମାନେ ବିରତି ସମୟ ବିତାଉଥିଲେ। ଫଳରେ ସବୁ ସମୟରେ ମାସ୍କ ପିନ୍ଧିବା ବାସ୍ତବିକ ଅସମ୍ଭବ ବୋଲି ଗାଙ୍ଗୁଲି ନ୍ୟୁଜ୍‌୧୮ ୱେବ୍‌ସାଇଟ୍‌କୁ କହିଛନ୍ତି। ପନ୍ତ୍‌ ପଜିଟିଭ୍‌ ଆସିବା ପରେ ଭାରତୀୟ ଦଳକୁ ନେଇ ସେ ଚିନ୍ତିତ ନୁହେଁ କି ବୋଲି ପଚାରାଯିବାରୁ ଗାଙ୍ଗୁଲି ମନା କରିଥିଲେ। ଦଳ ପୂରା ଠିକ୍‌ ଅଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe