କୋହଲି, ଶାସ୍ତ୍ରୀଙ୍କ ଭୂମିକାର ମୂଲ୍ୟାଙ୍କନ ହେବା ଉଚିତ: ଗାଭାସ୍କର

Advertisment
ଅଭିଜ୍ଞତା ବନାମ ଅଭିଜ୍ଞତା, ସୁନିଲ ଗାଭାସ୍କର

ପର୍ଥ: ଭାରତ ଯଦି ପରବର୍ତୀ ଟେଷ୍ଟ୍ ଗୁଡ଼ିକ ଜିତି ନ ପାରେ ତେବେ ଅଧିନାୟକ ବିରାଟ କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଭୂମିକାର ମୂଲ୍ୟାଙ୍କନ ହେବା ଉଚିତ୍ ବୋଲି ମତ ଦେଇଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର। ଚୂଡାନ୍ତ ଏକାଦଶ ଖେଳାଳି ଚୟନରେ ହେଉଥିବା ଦାୟିତ୍ବହୀନ ଭୁଲ୍ ପାଇଁ ଗାଭାସ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରତ ପର୍ଥରେ ବିନା ସ୍ପିନରରେ ଖେଳିବା ଫରକ ପକାଇଲା। ଗତ ଦକ୍ଷିଣ ଆଫ୍ରିକା ଗସ୍ତରେ ମଧ୍ୟ ସେଭଳି ଭୁଲ କରିଥିଲା। ଖେଳାଳି ଚୟନ ଠିକ୍ ରହିଥିଲେ ଭାରତ ମ୍ୟାଚ୍ ଜିତି ପାରିଥାନ୍ତା ବୋଲି ମଧ୍ୟ ଗାଭାସ୍କର କହିଛନ୍ତି। ଜାତୀୟ ଚୟନକର୍ତାମାନେ ମଧ୍ୟ ସେମାନଙ୍କ ଦାୟିତ୍ବକୁ ଠିକ୍‌ ଭାବେ ତୁଲାଉନାହାନ୍ତି ବୋଲି ଗାଭାସ୍କର କହିଛନ୍ତି। ବିସିସିଆଇ ଏକ ଧନି ସଂଘ ହୋଇଥିବାରୁ ଭାରତ ଅଧିକ ଅତିରିକ୍ତ ଖେଳାଳି ମଧ୍ୟ ପଠାଇ ପାରିବ। ବର୍ତମାନ ପାଇଁ ଲୋକେଶ ରାହୁଲ ସ୍ବଦେଶ‌ ଫେରି କର୍ଣ୍ଣାଟକ ପାଇଁ ରଣଜୀ ଟ୍ରଫି‌ ଖେଳିବା ଉଚିତ୍ ବୋଲି ମଧ୍ୟ ଗାଭାସ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe