ଅଭ୍ୟାସ ବେଳେ ଦିଣ୍ଡା ଆହତ

Advertisment
ଅଭ୍ୟାସ ବେଳେ ଦିଣ୍ଡା ଆହତ

କୋଲକାତା ଭାରତୀୟ ଦ୍ରୁତ ବୋଲର ଅଶୋକ ଦିଣ୍ଡା ସୋମବାର ବେଙ୍ଗଲରେ ଚାଲିଥିବା ଏକ ଟ୍ବେଣ୍ଟି-୨୦ ଅଭ୍ୟାସ ମ୍ୟାଚ୍‌ ବେଳେ ଆହତ ହୋଇଛନ୍ତି। ବୋଲିଂ କରୁଥିବା ବେଳେ ଅପରପାର୍ଶ୍ବରେ ବୀରେନ୍ଦର ବିବେକ ସିଂହ ବ୍ୟାଟିଂ କରୁଥିଲେ। ବୀରେନ୍ଦରଙ୍କ ଏକ ସିଧା ସଟ୍‌ରୁ କ୍ୟାଚ୍‌ ନେବାକୁ ଦିଣ୍ଡା ଚେଷ୍ଟା କରୁଥିଲା ବେଳେ ଗୋଡ଼ ଖସି ଯିବାରୁ ବଲ୍‌ ତାଙ୍କ କପାଳରେ ବାଜିଥିଲା। ସେ ସଂଗେ ସଂଗେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଡ୍ରେସିଂ ରୁମ୍‌ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍କାନ୍‌ କରାଯାଇଥିଲା। ଆଘାତ ସମସ୍ୟା ‌ଗୁରୁତ୍ତର ନଥିଲେ ମଧ୍ୟ ତାଙ୍କୁ ଦୁଇଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି‌ ‌ବୋଲି ସିଏବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe