ହାଇଦ୍ରାବାଦ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

Advertisment
ରାଣା-ରାହୁଲଙ୍କ ଧମାଲ୍, ହାଇଦ୍ରାବାଦକୁ ହରାଇଲା କୋଲ୍‌କାତା‌

image credit : @StarSportsIndia

ଚେନ୍ନାଇ :  ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ ରାଇଡର୍ସ ।

ଆଜି ହାଇଦ୍ରାବାଦର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଟସ ଜିତି  କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । କୋଲକତା ଦଳ ପ୍ରାରମ୍ଭରୁ ସତର୍କତାର ସହ ଖେଳ ଆରମ୍ଭ କରିଥିଲା । ଦଳର ଓପନର ନୀତିଶ ରାଣା ସର୍ବାଧିକ ୮୩ ରନ କରିଥିବାବେଳେ ୩ ନମ୍ବରରେ ଆସିଥିବା ରାହୁଲ ତ୍ରିପାଠୀ ୫୩ ରନ କରିଥିଲେ । ମାତ୍ର ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ଶସ୍ତାରେ ପାଭିଲିୟନ ଫେରିବା ପରେ ଦଳୀୟ ସ୍କୋର ଗତି ଟିକିଏ ଧିମେଇ ଯାଇଥିଲା । କିନ୍ତୁ ଦିନେଶ କାର୍ତ୍ତିକ ମାତ୍ର ୯ ଟି ବଲରେ ୨୨ ରନ କରି ଦଳୀୟ ସ୍କୋରକୁ ୨୦ ଓଭରରେ ୧୮୭ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।

ହାଇଦ୍ରାବାଦ ପକ୍ଷରୁ ଦୁଇ ଆଫଗାନ ବୋଲର ରସିଦ ଓ ନବି ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe