ଆଇପିଏଲ୍‌-୧୩: ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କୋଲାକାତା

ଆଇପିଏଲ୍‌-୧୩: ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କୋଲାକାତା

Photo: IPL twitter

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୦ର ଏକବିଂଶ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍ ବିରୋଧରେ କୋଲକାତା ନାଇଟ୍‌ ରାଇଡର୍ସର ଓପନର ରାହୁଲ ତ୍ରିପାଠୀ ଧୂଆଁଧାର ବ୍ୟାଟିଂ କରି କ୍ରୀଡ଼ାପ୍ରେମୀଙ୍କ ମନ ଜିଣିଛନ୍ତି।  ସ୍ଥାନୀୟ ଶେଖ ଜୟେଦ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଉଥିବା ଏହି ଲିଗ୍‌ ମ୍ୟାଚ୍‌ରେ ରାହୁଲ୍‌ ୫୧ଟି ବଲ ଖେଳି ୮ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ସ୍କୋର୍‌ ୮୧ ରନ୍‌ କରିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୬୭ ରନ୍‌ କରିବା ପରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

କୋଲ୍‌କାତା ନାଇଟ୍‌ ରାଇଡର୍ସର ଅନ୍ୟତମ ଓପନର ଶୁଭମନ୍‌ ଗିଲ ୧୨ଟି ବଲ୍‌ ଖେଳି ୧୧ ରନ୍‌ କରିଥିବା ସମୟରେ ଚେନ୍ନାଇର ପ୍ରଥମ ଶିକାର ହୋଇଥିଲେ । ସାର୍ଦ୍ଦୁଲ ଠାକୁରଙ୍କ ବଲରେ‌ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍‌ ଦେଇ ସେ ଆଉଟ୍‌ ହୋଇଥିଲେ। କୋଲକାତା ୪.୨ ଓଭରରେ ୩୭ ରନ୍‌ରେ ନିଜର ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ଗିଲ୍‌ଙ୍କ ସ୍ଥାନ ପୂରଣ କରିବାକୁ ପଡ଼ିଆକୁ ପ୍ରବେଶ କରିଥିଲେ ନୀତିଶ ରାଣା। ସେ ୧୦ଟି ବଲ୍‌ର ସମ୍ମୁଖୀନ ହୋଇ ୯ ରନ୍‌ ଯୋଡ଼ିଥିଲେ। ୭୦ରନ୍‌ରେ କୋଲକାତା ୨ୟ ଓ୍ଵିକେଟ ଭାବେ ନୀତିଶ ଆଉଟ୍‌ ହୋଇଥିଲେ।

ଏହାପରେ ସୁନିଲ ନାରିନ୍‌ ୯ଟି ବଲ ଖେଳି ଗୋଟିଏ ଛକା ଓ ଚୌକା ବଳରେ ୧୭ ରନ୍‌ ଯୋଡ଼ିଥିଲେ। ସେ କର୍ଣ୍ଣ ଶର୍ମାଙ୍କ ବଲ ଫାଫ ଡୁ ପ୍ଲେସିସଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ। କୋଲକାତା ୩ୟ ଓ୍ଵିକେଟ୍‌ ଭାବେ ୧୦.୬ ଓଭରରେ ସୁନିଲଙ୍କୁ ହରାଇଥିଲା। ସେତେବେଳକୁ ଦଳର ସ୍କୋର ୯୮ ରନ୍‌ ହୋଇଥିଲା। ପରେ ଇଅନ୍‌ ମୋର୍ଗାନ ୭ ରନ୍‌, ଆନ୍ଦ୍ରେ ରସେଲ ୨ ରନ୍‌, ଅଧିନାୟକ ଦିନେଶ କାର୍ତ୍ତିକ ୧୨ ରନ୍‌ ଓ ପେଟ କମିନ୍ସ ଅପରାଜିତ ୧୭ ରନ୍‌ କରିଥିଲେ।

ଚେନ୍ନାଇର ବୋଲର ଡି. ବ୍ରାଭୋଙ୍କୁ ୩ଟି ଓ୍ଵିକେଟ୍‌ ହାସଲ କରିଥିବା ବେଳେ  ସାମ୍‌ କରନ, ସାର୍ଦ୍ଦୁଲ ଠାକୁର ଓ କର୍ଣ୍ଣ ଶର୍ମା ୨-୨ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe