ଆଇପିଏଲ୍‌-୨୦୨୧: ଟସ୍‌ ଜିଣି କୋଲକାତାର ବୋଲିଂ ନିଷ୍ପତ୍ତି, ମୁମ୍ବାଇ ଇଣ୍ଡିଆନ୍‌ସର ବ୍ୟାଟିଂ ଜାରି

Advertisment
ଆଇପିଏଲ୍‌-୨୦୨୧: ଟସ୍‌ ଜିଣି କୋଲକାତାର ବୋଲିଂ ନିଷ୍ପତ୍ତି, ମୁମ୍ବାଇ ଇଣ୍ଡିଆନ୍‌ସର ବ୍ୟାଟିଂ ଜାରି

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୧ର ୫ମ ମ୍ୟାଚ୍‌ରେ ମଙ୍ଗଳବାର କୋଲକାତା ନାଇଟ୍ ରାଇଡର୍ସ ସହ ମୁମ୍ବାଇ ଇଣ୍ଡିଆନ୍‌ସର ମୁକାବିଲା ହେବ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିଛି। ଟସ୍‌ ଜିଣି କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଛି। କ୍ବିଣ୍ଟନ୍ ଡି’କକ୍‌ ଓ ରୋହିତ ଶର୍ମା ବ୍ୟାଟିଂ ଜାରି ରଖିଛନ୍ତି।

ଉଭୟ କୋଲକାତା ଓ ମୁମ୍ବାଇ ଦଳ ଆଜି ନିଜ ନିଜ ଦ୍ବିତୀୟ ମ୍ୟାଚ୍‌ ଖେଳୁଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ରୋମାଞ୍ଚକ ମୁକାବିଲାରେ ପରାସ୍ତ କରିଥିଲା। ରବିବାର କୋଲକାତା ନାଇଟ୍ ରାଇଡର୍ସ ନିଜ ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । ତେଣୁ କେକେଆର୍‌ ନିଜ ବିଜୟଧାରା ଅବ୍ୟାହତ ରଖିବାକୁ ଆଶା ରଖିବାକୁ ଉଦ୍ୟମ କରିବା ବେଳ ରୋହିତ ଶର୍ମାଙ୍କ ଦଳ ମଧ୍ୟ ବିଜୟ ଧାରାକୁ ଫେରିବାକୁ ଜୋରଦାର ପ୍ରୟାସ କରିବ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କ୍ବିଣ୍ଟନ୍ ଡି’କକ୍‌, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ମିଲନେ, ନାଥନ୍ କୁଲଟର୍ ନାଇଲ, ପୀୟୂଷ ଚାୱଲା, ଜିମ୍ମି ନିସାମ, ଆଦିତ୍ୟ ତାରେ, କୃନାଲ ପାଣ୍ଡ୍ୟା, ‌ମୋହସିନ୍‌ ଖାନ୍‌, ଅନୁକୂଳ ରାୟ, ଅନମୋଲପ୍ରୀତ୍ ସିଂହ, କ୍ରିସ୍‌ ଲିନ୍, ଧବଲ କୁଲକର୍ଣ୍ଣି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, ଯୁଦ୍ଦବୀର ଚରକ, ମାର୍କୋ ଜେନସେନ୍‌, ଅର୍ଜୁନ ତେନ୍ଦୁଲକର।

କୋଲକାତା ନାଇଟ୍ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍‌, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍‌, ସେଲଡନ୍‌ ଜ୍ୟାକସନ୍‌, ‌ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍‌, ବେନ୍‌ କଟିଂ, ଭେଙ୍କଟେଶ ଆୟର୍‌, ପବନ ନେଗି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe