କୋଲ୍‌କାତାର ତୃତୀୟ ବିଜୟ, ଚେନ୍ନାଇର ଚତୁର୍ଥ ପରାଜୟ

Advertisment
କୋଲ୍‌କାତାର ତୃତୀୟ ବିଜୟ, ଚେନ୍ନାଇର ଚତୁର୍ଥ ପରାଜୟ

The Indian Express

ଆବୁଧାବି: ଦୀନେଶ କାର୍ତିକଙ୍କ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟରେ ବୁଧବାର ଚଳିତ ଆଇପିଏଲ୍‌ (ଇଣ୍ଡିଆନ୍‌ସ ପ୍ରିମିୟର ଲିଗ୍‌)ର ୨୧ତମ ମ୍ୟାଚ୍‌ ଖେଳାଯାଇଥିଲା। ଚଳିତ ସଂସ୍କରଣରେ ପ୍ରଥମ ଥର ପରସ୍ପର ମୁହାଁମୁହିଁ ହୋଇଥିଲେ। ହେଲେ ଏଥିରେ ଧୋନିଙ୍କୁ ହରାଇଦେଲେ କାର୍ତ୍ତିକ। ରାହୁଲ ତ୍ରୀପାଠୀ (୮୧)ଙ୍କ ଦମ୍‌ଦାର ଅର୍ଧଶତକ ଆଗରେ ଫିକା ପଡ଼ିଗଲା ସେନ୍‌ ୱାଟ୍‌ସନ୍‌ (୫୦)ଙ୍କ ଅର୍ଧଶତକ। ଚେନ୍ନାଇ ୧୦ ରନ୍‌ରେ କୋଲ୍‌କାତା ନିକଟରୁ ହାରିଗଲା। କୋଲ୍‌କାତାର ୧୬୭ ରନ୍‌ ଜବାବରେ ଚେନ୍ନାଇ ୫ ୱିକେଟ୍‌ ବିନିମୟରେ ୧୫୭ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଏଥି ସହିତ ଚେନ୍ନାଇ ନିଜର ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଥିଲା ବେଳେ କୋଲ୍‌କାତା ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କଲା। ପୁଣି କୋଲ୍‌କାତା ପଏଣ୍ଟ୍‌ ତାଲିକାରେ ଚତୁର୍ଥରୁ ତୃତୀୟ ସ୍ଥାନକୁ ଲମ୍ଫ ମାରିଥିଲା ବେଳେ ଚେନ୍ନାଇ ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଲା।

୧୬୮ ରନ୍‌ର ପିଛା କରିଥିବା ଚେନ୍ନାଇ ଡୁ’ପ୍ଲେସିସ୍‌ଙ୍କୁ ୩୦ ରନ୍‌ ବେଳେ ହରାଇବା ପରେ ସେନ୍‌ ୱାଟ୍‌ସନ୍‌ ଓ ଅମ୍ବାତି ରାୟୁଡୁ ଦ୍ବିତୀୟ ୱିକେଟ୍‌‌ରେ ୬୯ ରନ୍‌ ଯୋଡ଼ି ସ୍ଥିତି ସୁଧାରିଥିଲେ। ହେଲେ ଅର୍ଧଶତକ ହାସଲ ପରେ ୱାଟ୍‌ସନ୍‌ ପାଭିଲିୟନ୍‌ ଫେରିଯାଇଥିଲେ। ଏହାପରେ କୋଲ୍‌କାତା ବୋଲରମାନେ ଚେନ୍ନାଇର ରନ୍‌ ଗତିରେ ଅଙ୍କୁଶ ଲଗାଇ ଦେଇଥିଲେ। ଫଳରେ ଶେଷ ୮ ଓଭରରେ ଚେନ୍ନାଇ ୫୮ ରନ୍‌ ଯୋଡ଼ି ୪ ୱିକେଟ୍‌ ହରାଇଥିଲା। ରାହୁଲ ତ୍ରିପାଠୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହା ପୂର୍ବରୁ ଟସ୍‌ ଜିତି କେକେଆର୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସୁନିଲ ନରିନ୍‌ଙ୍କ ବଦଳରେ ପାଳି ଆରମ୍ଭ କରିବାର ସୁଯୋଗ ପାଇଥିବା ରାହୁଲ ତ୍ରିପାଠୀ ଏକା ଲଢ଼ି ଅର୍ଧଶତକ ହାସଲ କରିଥିଲେ। ଏକଦା ୮୨ ରନ୍‌ ମଧ୍ୟରେ ୫ ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିବା କେକେଆର୍‌ ଅବଶିଷ୍ଟ ୫ ୱିକେଟ୍‌ ହରାଇବା ପୂର୍ବରୁ ଆଉ ୮୫ ରନ୍ ଯୋଡ଼ି ନେଇଥିଲା। କେକେଆର୍‌ ଶେଷ ବଲ୍‌ରେ ୧୬୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ତେବେ ଶେଷ ୫ ଓଭରରେ ଦଳ ୩୯ ରନ୍ ଯୋଡ଼ିବାରୁ ସମ୍ମାନଜନକ ସ୍କୋର୍‌ ଛିଡ଼ା କରିପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe