କୋଷ୍ଟାରିକା-ଗିନି ପଏଣ୍ଟ ବାଣ୍ଟିଲେ

Advertisment
କୋଷ୍ଟାରିକା-ଗିନି ପଏଣ୍ଟ ବାଣ୍ଟିଲେ

ଗୋଆ: ଗୋଆରେ ମଙ୍ଗଳବାର ସଂଧ୍ୟାରେ ଖେଳା ଯାଇଥିବା କୋଷ୍ଟାରିକା-ଗିନି ଗ୍ରୁପ୍‌ ସି’ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଉଭୟ ଦଳ ନିର୍ଧାରିତ ସମୟ ମଧ୍ୟରେ ଦୁଇଟି ଲେଖାଏଁ ଗୋଲ୍‌ ଦେଇ ପଏଣ୍ଟ ବାଣ୍ଟିଥିଲେ। ତା’ ସହ ଚଳିତ ବିଶ୍ୱକପରେ ମଧ୍ୟ ନିଜ ନିଜର ଖାତା ଖୋଲି ଥିଲେ। ଦୁଇଟି ଯାକ ଦଳ ପ୍ରଥମ ମୁକାବିଲାରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଗୋଆର ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ କୋଷ୍ଟାରିକା ପ୍ରଥମ ଗୋଲ୍‌ ଦେଇଥିଲା। ୨୬ ମିନିଟ୍‌ରେ ୟେକ୍ସି ଜାରକ୍ୱିନ୍‌ ଚତୁରତାର ସହ ଗିନିି ଗୋଲ୍‌ ରକ୍ଷକ ମହମ୍ମଦ କାମାରାଙ୍କୁ ଚକ୍‌ମା ଦେଇ ନିଜ ଦଳକୁ ଆଗୁଆ କରି ଦେଇଥିଲେ।

ହେଲେ ମାତ୍ର ୪ ମିନିଟ୍‌ ପରେ ଗିନିରୁ ଅଗ୍ରଭାଗ ଖେଳାଳି ଫାଞ୍ଜେ ତୁରେ ଏହି ଗୋଲ୍‌ଟିକୁ ଶୁଝାଇ ଦେଇଥିଲେ। ପରବର୍ତୀ ୧୫ ମିନିଟ୍‌ ମଧ୍ୟରେ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଫଳରେ ପ୍ରଥମାର୍ଧ ୧-୧ ଗୋଲ୍‌ରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧରେ ମଧ୍ୟ ଅନୁରୂପ ଭାବେ ଦୁଇଟି ଗୋଲ୍‌ ଦେଖିବାକୁ ମିଳିଥିଲା। କୋଷ୍ଟାରିକାର ଆନ୍ଦ୍ରେସ୍‌ ଗୋମେଜ ୬୭ ମିନିଟ୍‌ରେ ଗୋଲ୍‌ କରିବା ପରେ ଗିନିର ଇବ୍ରାହିମା ସୋମା ଏହାକୁ ଶୁଝି ଦେଇଥିଲେ। ସେ ୮୧ ମିନିଟ୍‌ରେ ପ୍ରତିଯୋଗିତାରେ ବ୍ୟକ୍ତିିଗତ ଭାବେ ପ୍ରଥମ ଗୋଲ୍‌ ଦେଇଥିଲେ। ବଳକା ୯ ମିନିଟ୍‌ ଗୋଲ୍‌ ଶୂନ୍ୟ ରହିବା ସହ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe