New Indian Express
ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେସିକୋଭା ଚଳିତ ବର୍ଷ ପ୍ୟାରିସ୍ରେ ଟ୍ରଫି ପୋଛି ନେଇଛନ୍ତି। ଫ୍ରେଞ୍ଚ୍ ଓପନ୍ରେ ପ୍ରଥମେ ସେ ଶନିବାର ମହିଳା ଏକକ ଟ୍ରଫି କରାୟତ କରି ଏହି ବର୍ଗରେ ପ୍ରଥମ ଥର ଗ୍ରାଣ୍ଡ୍ସ୍ଲାମ୍ ବିଜୟିନୀ ହୋଇ ଇତିହାସ ରଚିବା ପରେ ରବିବାର ମହିଳା ଯୁଗଳ ଟ୍ରଫି ମଧ୍ୟ କରାୟତ୍ତ କରିବାର ଗୌରବ ଅର୍ଜନ କରିଛନ୍ତି। ମହିଳା ଯୁଗଳର ରବିବାର ଫାଇନାଲ୍ରେ କାତେରିନା ସିନିଆକୋଭାଙ୍କୁ ସାଥୀ କରିଥିବା କ୍ରେସିକୋଭା ସିଧାସଳଖ ୬-୪, ୬-୨ ସେଟ୍ରେ ପୋଲାଣ୍ଡ-ଆମେରିକା ଯୋଡ଼ି ଇଗା ସ୍ବିତେକ ଓ ବେଥାନି ମାଟେକଙ୍କୁ ହରାଇଥିଲେ।
ଏଥିସହ ପ୍ୟାରିସରେ ମହିଳା ଏକକ ଓ ଯୁଗଳ ଟ୍ରପି ଜିତିବାରେ କ୍ରେସିକୋଭା ୨୦୦୦ ମସିହା ପରେ ପ୍ରଥମ ଖେଳାଳି ହୋଇଛନ୍ତି। ୨୦୦୦ରେ ଫ୍ରାନ୍ସ ମହିଳା ମେରି ପିଏର୍ସ ଏହି ଗୌରବ ପାଇଥିଲେ। ସୋମବାର ନୂଆ ବିଶ୍ବ ମାନ୍ୟତା ପ୍ରକାଶ ପାଇବାକୁ ଥିଲା ବେଳେ କ୍ରେସିକୋଭା ଏକକରେ ପଞ୍ଚଦଶ ଏବଂ ଯୁଗଳରେ ଶୀର୍ଷ ମାନ୍ୟତା ପାଇବାର ସମ୍ଭାବନା ରହିଛି। ପୂର୍ବରୁ ଏହି ଚେକ୍ ଗଣରାଜ୍ୟ ଯୋଡ଼ି ୨୦୧୮ରେ ରୋଲାଁ ଗାରୋସ ସହ ୱିମ୍ବଲଡନ୍ ମୁକୁଟ କରାୟତ୍ତ କରିଥିଲେ। ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ।
Follow Us