ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ ହେବା କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଥିଲା । କିଛି ପରାସ୍ତ ହେବା ପରେ ମଧ୍ୟ ଭାରତୀୟ ଟିମ୍କୁ ସମର୍ଥନ କରିଥିବା ବେଳେ କିଛି ଟିମ୍କୁ ସମାଲୋଚନା କରିଥିବା ଦେଖାଯାଇଥିଲା । ଏ ମଧ୍ୟରେ ସବୁବେଳେ ନିଜର ବିବାଦୀୟ ଟୁଇଟ୍ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତା କେଆର୍କେ ମଧ୍ୟ ଟିମ୍ର କ୍ୟାପ୍ଟେନ ବିରାଟ କୋହଲୀଙ୍କୁ ନେଇ ଏକାଧିକ ଟୁଇଟ୍ କରି ସମାଲୋଚନା କରିଥିଲେ ।
ପ୍ରଥମ ଟୁଇଟ୍ରେ, ନ୍ୟୁଜ୍ଲାଣ୍ଡକୁ ଶକ୍ତ ପ୍ରତିଦ୍ୱନ୍ଦ୍ବୀ ବୋଲି ନ ଭାବିବା ଥିଲା ଟିମ୍ ଇଣ୍ଡିଆର ପ୍ରଥମ ଭୁଲ । ସେମାନେ ମ୍ୟାଚ୍କୁ ସହଜରେ ନେଇ ଯାଇଥିଲେ ବୋଲି ଲେଖିଥିଲେ କେଆରକେ ।
ଏହା ପରେ ଦ୍ୱିତୀୟ ଟୁଇଟ୍ରେ, ଆମେ ଜିତୁ ବା ହାରୁ ଲୋକମାନଙ୍କୁ ଆମକୁ ସମର୍ଥନ କରିବା ଦରକାର ବୋଲି କହିଥିଲେ ବିରାଟ କୋହଲୀ । ଭାଇ, ତୁମେ ଟିକେ କହିବ କି ତୁମେ କେବେ ଜିତି ଥିଲ ।
ତୁମେ ତ ଆଇପିଏଲ ମଧ୍ୟ ଜିତି ପାରି ନଥିଲ । ତୁମେ ଚାହୁଁଛ କି ତୁମେ ହାରି ଚାଲିଥିଲେ ମଧ୍ୟ ଲୋକ ତୁମକୁ ଭଲ ଖେଳାଳୀ ବୋଲି କୁହନ୍ତୁ । ତୁମେ ତ ଆଇପିଏଲ୍ ଜିତି ପାରୁନ, ବିଶ୍ୱକପ କ’ଣ ଜିତିବ ? ଯଦି ତୁମେ ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ଅଯୋଗ୍ୟ କ୍ୟାପ୍ଟେନ ବୋଲି ଜାଣିଛ, ତେବେ ଇସ୍ତଫା କାହିଁକି ଦେଉ ନାହଁ ବୋଲି ଲେଖିଥିଲେ କେଆରକେ ।
Follow Us